ମାନବିକତା ଭୁଲିଗଲେ ବସକର୍ମଚାରୀ
ଗଞ୍ଜାମ, (ବିନୋଦ ପଲାଇ):ବସରେ ଯାତ୍ରା କରିବା ସମୟରେ ମହିଳା ଯାତ୍ରୀଙ୍କ ମୃତ୍ୟୁ ଘଟିବା ଶୁଣି ବସ କର୍ମଚାରୀ ରାସ୍ତାରେ ଓହ୍ଲାଇଦେବା ଭଳି ଦୁଃଖଦ ଘଟଣା ଘଟିଛି ,ଗଞ୍ଜାମ ସହରର ଜାତୀୟ ରାଜପଥ(୧୬)ରେ। ଯାହା ବସ କର୍ମଚାରୀ ମାନେ ମାନବିକତା ଭୁଲିଯାଉଥିବା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ପାଟପୁର ବ୍ଲକ ଗୌତମି ପଞ୍ଚାୟତର ପଦ୍ମତୋଳା ଗ୍ରାମର ସୁଜିତ ସ୍ୱାଇଁ ନିଜର ମାଆ ରୁନୁସ୍ୱାଇଁଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ଐମ୍ସ ହସ୍ପିଟାଲକୁ ନେଇଥିଲା। ଆଜି ନିଜ ଗ୍ରାମକୁ ଫେରିବା ପାଇଁ ଏକ ଘରୋଇବସରେ ଆସୁଥିବା ବେଳେ ପ୍ରାୟ ସମୟ ସାଢ଼େ ତିନିଘଣ୍ଟ ସମୟରେ ହୁମ୍ମା -ଗଞ୍ଜାମ ମଝିରେ ମାନଙ୍କ ଦେହ ହଠାତ ଖରାପ ହେବାରୁ ପୁଆ ବସ କର୍ମଚାରୀଙ୍କୁ ନିକଟ ମେଡ଼ିକାଲକୁ ନେବାକୁ କହିବା ସ୍ୱତେ ସେମାନେ ଜାତୀୟ ରାଜପଥ ର ଗଞ୍ଜାମ ସହର ସନୀମନ୍ଦିର ଛକଠାରେ ଓହ୍ଲାଇ ବସ ଚାଲିଯାଇଥିଲା। ଓହ୍ଲାଇବାର କିଛି ସମୟପରେ ମାଆର ମୃତ୍ୟୁ ଘଟିଥିଲା। ଖବରପ୍ରଚାର ହେବା ମାତ୍ରେ ଲୋକଙ୍କ ଭିଡ଼ଜମିଥିବା ବେଳେ , ରୋଡ ପେଟ୍ରୋଲିଙ୍ଗ ପୋଲିସ ଗାଡି ପହଞ୍ଚିଥିଲା। ସେଠାରେ ଥିବା ସମାଜସେବୀ ସନ୍ତୋଷ ଗୌଡ଼ବିଜେଡି ଯୁବନେତା ସୁଧୀର ପାଢ଼ୀ, ଅଷ୍ଟମ ବାଟାଲିୟନର ସିପାହୀରାଜେନ୍ଦ୍ର ନାୟକ ଆର୍ଥିକ ସହାୟତା ଯୋଗାଇ ଏକ ଆମ୍ବୁଲାନ୍ସ କରି ତାଙ୍କ ଗ୍ରାମକୁ ପଠାଇଥିଲେ। ଅନ୍ୟପଟେ ବସ କର୍ମଚାରୀଙ୍କ ଏହିଭଳି ମାନବିକତା ହାଯାଇଦେବା କୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି


