ଦିଗପହଣ୍ଡିରେ ପାଣି ପଞ୍ଚାୟତ ରଥକୁ ସମ୍ବର୍ଦ୍ଧନା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲା ଜଳସମ୍ପଦ ବିଭାଗ ପକ୍ଷରୁ ବାହାରିଥିବା ପାଣି ପଞ୍ଚାୟତ ରଥକୁ ଶନିବାର ଦିଗପହଣ୍ଡି ଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି।ଜଳସେଚନ କାର୍ଯ୍ଯାଳୟ ଛକରେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା ରଥକୁ ସ୍ବାଗତ ଜଣାଇବା ସହ ଚାଷୀଙ୍କ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗ୍ରାମାଞ୍ଚଳ ପରିକ୍ରମାର ଶୁଭାରମ୍ଭ କରିଥିଲେ।ପରେ ଏହାକୁ ଘୋଡାହାଡ ପାଣି ପଞ୍ଚାୟତ କାର୍ଯ୍ଯାଳୟ ଯାଏଁ ପାଛୋଟି ନିଆଯାଇ ସେଠାରେ ଏକ ସଭା କରାଯାଇଥିଲା।ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ଗୋପାଳ ରାଓଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଘୋଡ଼ାହାଡ଼ ପାଣି ପଞ୍ଚାୟତ  ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର, ସହକାରୀ ଯନ୍ତ୍ରୀ ଇଂ. ଭଗବାନ ରଥ, ପାଣି ପଞ୍ଚାୟତ  କାର୍ଯ୍ଯକର୍ତ୍ତା ସୁବାଷ ପ୍ରଧାନ, ପ୍ରମୋଦ କୁମାର ପାଣିଗ୍ରାହୀ, ମୂରଲୀ ପାତ୍ର, ଦିଲ୍ଲୀପ ପ୍ରଧାନ, ଜଳ ସେଚନ ବିଭାଗ କର୍ମଚାରୀ ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ବହୁ ଚାଷୀ ସଭା ଓ ଶୋଭାଯାତ୍ରା ରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ