ଆବସ ଯୋଜନା ଅନିମିୟତାକୁ ନେଇ ବିଜେପିର ବ୍ଲକ ଘେରାଉ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବିଜେପି ତରଫରୁ ଆବସ ଯୋଜନାର ଅନିମିୟତାକୁ ନେଇ ବ୍ଲକ ଘେରାଉ କରାଯାଇଛି । ଏଥି ନିମନ୍ତେ ହନୁମାନ ମନ୍ଦିର ଠାରୁ ବିଜେପିର କର୍ମକ୍ରତା ବ୍ଲକ୍‌କୁ ଯାଇଥିଲେ । ଉଚିତ ହିତାଧିକାରୀଙ୍କୁ ଆବାସ ଯୋଜନା ରୁ ବାଦ ପଡିଛନ୍ତି, ଧନୀଶ୍ରେଣୀର ଲୋକେ,ଥିଲା ବାଲା ଲୋକ ମାନେ ଏହି ଆବାସ ଯୋଜନା ପାଇଛନ୍ତି,ଏଣୁ ଆମେ ଏହାକୁ ନେଇ ପ୍ରତିବାଦ କରୁଛୁ ଯଦୀ ଆଗାମି ଦିନରେ ସମସ୍ତ ହିତାଧିକାରୀଙ୍କୁ ଯଦୀ ଆବାସ ଯୋଜନାରେ ସାମିଲ ନକରାଯାଏ ତେବେ ଆଗାମି ଦିନରେ ଆନ୍ଦୋଳନ କରିବା ସହସବୁ ଯାଗାରେ ଲଢେଇ କରାଯିବ ବୋଲି ଦଳ ତରଫରୁ କୁହାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ କରେନ୍ଦ୍ର ମାଝୀ,ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ଜିଲ୍ଲା ସମ୍ପାଦକଦେବେନ୍ଦ୍ର କୁଦେଇ,ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ, କୁସୁମି ପ୍ରଧାନ ଓ ଅନେକ କାର୍ଯ୍ୟକ୍ରତା ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ