ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଦିଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା

ସମ୍ପ୍ରତି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଦେବା ଏକ ସାଧାରଣ ରୋଗରେ ପରିଣତ ହୋଇଗଲାଣି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ବହୁଳ ଭାବେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଦେଇଥାଏ। ଏହାପଛରେ କିଛି କାରଣ ରହିଛି। ସାଧାରଣତଃ ମହିଳାମାନେ ଘରେ ଅଧିକ ସମୟ କାମ କରନ୍ତି। ସକାଳୁ ଉଠି ପ୍ରତିଦିନର ବାସି ପାଇଟି ସାରିବା ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାମ। ଏହାଦ୍ୱାରା ରାତିରେ ଭଲରେ ସେମାନେ ଶୋଇପାରନ୍ତି ନାହିଁ। ଲଗାତାର କମ୍‌ ଶୋଇବା ସମସ୍ୟା ଲାଗି ରହିଲେ ଏହା ପରବର୍ତ୍ତୀ ସମୟରେ ଓଷ୍ଟିପାୟୋରେସିସ୍‌ ସୃଷ୍ଟି କରିଥାଏ। ଏନେଇ ଏକ ରିପୋର୍ଟ ନ୍ୟୁ ହେଲଥ୍‌ ଆଡଭାଇଜର ପତ୍ରିକାରେ ପ୍ରକାଶ ପାଇଛି। ଏକ ଅଧ୍ୟୟନରେ ୧୧ ହଜାରରୁ ଅଧିକ ମହିଳାଙ୍କୁ ସାମିଲ୍‌ କରାଯାଇଥିଲା। ଜଣାପଡ଼ିଥିଲା ୫ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ମହିଳାଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଦେବାର ଆଶଙ୍କା ରହିଥାଏ। ସେହିପରି ଯେଉଁ ମହିଳାଙ୍କର ଏଷ୍ଟ୍ରୋଜେନ୍‌ କ୍ଷରଣ ବନ୍ଦ ହୋଇଯାଇଥାଏ ଅବା ସ୍ବାଭାବିକ ଭାବେ କ୍ଷରିତ ହେଉ ନ ଥାଏ ସେମାନଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଦେଇଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ