ରାଜ୍ୟ ଗାଁସାଥୀ ସଂଘର କର୍ମକର୍ତ୍ତା ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗାଁସାଥୀ ସଂଘ ଓଡ଼ିଶା ପ୍ରଦେଶର ଏକ ରାଜ୍ୟସ୍ତରୀୟ ବୈଠକ ସଭାପତି ସୌଭାଗ୍ୟ ମିଶ୍ରଙ୍କ ସଭାପତିତ୍ୱରେ ରବିବାର ଦିନ ଭୁବନେଶ୍ୱରସ୍ଥିତ ନିଖିଳ ଉତ୍କଳ ଶିକ୍ଷକ ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ୩୦ଗୋଟି ଜିଲ୍ଲାର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ । କର୍ମକର୍ତ୍ତାମାନଙ୍କର ସୁଚିନ୍ତିତ ମତାମତକୁ ନେଇ ଦୀର୍ଘ ସମୟ ଆଲୋଚନା ହୋଇଥିଲା । ଗାଁସାଥୀମାନଙ୍କ ନ୍ୟାର୍ଯ୍ୟଦାବି ସମ୍ବନ୍ଧରେ ସରକାର ଯଥେଷ୍ଟ ସଚେତନ ହୋଇଛନ୍ତି ବୋଲି କର୍ମକର୍ତ୍ତାମାନେ ଆଶାପୋଷଣ କରିଥିଲେ । ଦୀର୍ଘ ୧୪ ବର୍ଷ ଅଦମ୍ୟ ପ୍ରଚେଷ୍ଟା ଓ ଗାଁସାଥୀ ଭାଉ ଭଉଣୀମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସକୁ ସଭାପତି ବକ୍ତବ୍ୟ ମାଧ୍ୟମରେ ଯଥେଷ୍ଟ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ସଫଳତା ନିମନ୍ତେ ସଂଘର ଦୃଢ ପ୍ରଚେଷ୍ଟା ରହିବ ବୋଲି ସମ୍ପାଦକ କୁଳମଣି ମେଣ୍ଟା ସମସ୍ତଙ୍କୁ ବିଶ୍ୱାସ ଦେଇଥିଲେ । ଗାଁସାଥୀ ସଂଘର ସଫଳତା ନିମନ୍ତେ ସମସ୍ତଙ୍କ ସହଯୋଗ ବଜାୟ ରଖିବାକୁ ଅନ୍ୟମାନେ ନିବେଦନ କରିଥିଲେ । ସଂଘର କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ଦୃଢତାର ସହ ଆଗେଇ ନିଆଯିବ ବୋଲି ଶ୍ରୀ ମିଶ୍ର ସମସ୍ତଙ୍କୁ ଜଣାଇଥିଲେ । ସଂଘର ସଫଳତା ନିମନ୍ତେ ଯେଉଁ ପଦକ୍ଷେପ ଆବଶ୍ୟକ ତାହା ନିଶ୍ଚିତ ନିଆଯିବ ବୋଲି ପ୍ରମୁଖ କର୍ମକର୍ତ୍ତମାନେ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ରନାଥ ଗୌଡ଼, ସନ୍ତୋଷ ସୂତାର, ରାମେଶ୍ୱର ରଣା, ଅଜିତ କୁମାର ମହନ୍ତ, ଶୋଭାକର ସାହୁ, କୈଳାସ ଭତ୍ରା, ଉମାଶଙ୍କର ଦାସ, ପ୍ରଦୀପ ପଟେଲ, କରୁଣା ବାଗ, ଦର୍ଶନୀ ମହାକୁଡ଼, ପଞ୍ଚୁ ନାୟକ, ସୁଧାଂଶୁ ଶତପଥୀ, ସ୍ମୃତି ନାୟକ, ଦିଲ୍ଲୀପ ମହାପାତ୍ର, ସୁଶାନ୍ତ ଜେନା, ସୀମାରାଣି ପ୍ରଧାନ, କନକଲତା ଜେନା, ପ୍ରସନ୍ନ ପ୍ରଧାନ, ଭେଷଜ ମୁଣ୍ଡା, ପବିତ୍ର ସୁନ୍ଦରାୟ, କୁଳମଣି ପ୍ରଧାନ, ଚରଣ ନାୟକ, ଭଗବାନ ବିହାରୀ, ଦେବାଶିଷ ମଲ୍ଲିକ, ସନ୍ତୋଷ ମହାପାତ୍ର, ଚଞ୍ଚଳା ବେହେରା, ତପନ ପଟ୍ଟନାୟକ, ସବିତା ସାହୁ, ଅର୍ଚ୍ଚନା ବେହେରା, ମହାଦେବ ମାଝୀ, କରୁଣାକର ନାୟକ, ତପନ ମଲ୍ଲିକ ପ୍ରମୁଖ ନେତୃତ୍ୱମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ