ନିତ୍ୟାନନ୍ଦ କଲେଜ ଅଫ ଫାର୍ମାସୀର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ
ବାଲେଶ୍ୱର, (ସରୋଜ ପଣ୍ଡା):ସେରଗଡ଼ସ୍ଥିତ ନିତ୍ୟାନନ୍ଦ କଲେଜ ଅଫ୍ ଫାର୍ମାସୀ ବିଭାଗରେ ଚଳିତ ୨୦୨୨-୨୩ ଶିକ୍ଷାବର୍ଷରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଆଦିତ୍ୟ କୁମାର ଜେନା ସଭାପତିତ୍ୱ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶିକ୍ଷାବିତ ହେମନ୍ତ କୁମାର ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏକ ଆଦର୍ଶ ଓ ଶୃଙ୍ଖଳିତ ଜୀବନ ନିର୍ବାହ ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥିଙ୍କୁ ସମ୍ବର୍ଦ୍ଧନା ସହ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ଅଧ୍ୟକ୍ଷ ଡ. ଜେନା, ନିର୍ଦ୍ଦେଶକ ନିର୍ଦ୍ଦେଶକ ଡ. ବିଜୟ କୁମାର ସାହୁୁ, ଏକାଡେମିକ ଡିନ ଡ. ବିକାଶ ରଂଜନ ପଣ୍ଡା, ଏକାଡେମିକ ସଂଯୋଜକ ଅଧ୍ୟାପକ ପି. ଦିଲୀପ କୁମାର ସୁବୁଦ୍ଧି ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉକ୍ତ ପାଠ୍ୟକ୍ରମର ବିଭିନ୍ନ ମାର୍ଗ ଦର୍ଶାଇଥିଲେ । ଛାତ୍ରଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିବା ସହ ଅନୁଷ୍ଠାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ନୀତି ନିୟମ ପାଳନ ପାଇଁ ଶପଥ ଗ୍ରହଣ କରିଥିଲେ । ଅନୁଷ୍ଠାନର ପରିଚାଳନା ପରିଷଦ ଉପ-ସଭାପତିଅଭିଷେକ ବିଶ୍ୱାଳଙ୍କୁ ମଧ୍ୟ ଏଥିରେ ସମ୍ବର୍ଦ୍ଧିତ କରାଯାଥିଲା । ସମ୍ବର୍ଦ୍ଧିତ ଅବସରରେ ଶ୍ରୀଯକ୍ତ ବିଶ୍ୱାଳ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସହ-ଅଧ୍ୟାପିକା ରୀନାରାଣୀ ନାୟକ, ପଲ୍ଲବୀ ବେହେରା ଓ ଇତଶ୍ରୀ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ବିସିଇଟି ଗ୍ରୁଫ୍ ଅଫ୍ ଇନ୍ଷ୍ଟିଚିଉସନ୍ର ସଭାପତି ଡ. ମନ୍ମଥ କୁମାର ବିଶ୍ୱାଳ, ଉପ-ସଭାପତି ଅଭିଷେକ ବିଶ୍ୱାଳ ଓ ସହ ଉପସଭାପତି ରାଜଶ୍ରୀ ସ୍ୱାଇଁ ନବାଗତ ଛାତ୍ର ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନର ସମସ୍ତଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।