ନରେନ୍ଦ୍ରପୁର ସ୍କୁଲରେ ଜାତୀୟ କୃମି ନାଶକ ଦିବସ ପାଳନ
ଛତ୍ରପୁର, (ଦେବଦତ୍ତ ମହାରଣା):ଫେବୃୟାରୀ ୧୦ ତାରିଖ ରେ ସାରା ଦେଶ ରେ ପାଳିତ ହୁଏ ଜାତୀୟ କୃମି ନାଶକ ଦିବସ। ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ରେ ଶୁଭାରମ୍ଭ ହେଲା ଜାତୀୟ କୃମି ନାଶକ ଦିବସ। ଏକ ସମୃଦ୍ଧ ଯୁବ ସମାଜ ଗଢିବା ନିମନ୍ତେ, ରକ୍ତହୀନତା ରୁ ରକ୍ଷା ପାଇବା ପାଇଁ ଏବଂ ଶାରୀରିକ ସୁସ୍ଥତା ଓ ସ୍ୱଚ୍ଛତା କୁ ବଜାୟ ରଖିବା ନିମନ୍ତେ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ କରାଗଲା। ଉକ୍ତ କାର୍ଯ୍ୟକ୍ରମରେ ଏ ଡି ମ ଓ ପି ଏଚ ଓ ଡ଼ ଭି ସରୋଜିନୀ ଦେବୀ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପେରିନଟେଣ୍ଡଣ୍ଟ ଡ଼ ସୌମ୍ୟ ରଞ୍ଜନ ମହାପାତ୍ର, ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରବୀଣ କୁମାର ପାତ୍ର, ଡ଼ ରାମନୁଜ ପଟ୍ଟନାୟକ, ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଜେନା, ସବିତା କୋଠିଆ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ବରୁଣ କୁମାର ପାଣିଗ୍ରାହୀ ପରିଚାଳନା କେଇଥିଲେ ।