ଭାଇ ବୋହୁ ଙ୍କୁ ଆକ୍ରମଣ ଦେଢ଼ସୁର ଙ୍କ ନାଁ ରେ ଏତଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅଧିନ ନୁଆ ଅନନ୍ତେଇ ଗାଁ ରେ ପାରିବାରିକ ହିଂସା ଘଟିଛି।ପୂର୍ବ ବିବାଦ କୁ କେନ୍ଦ୍ର କରି ଦେଢସୁର ପ୍ରତାପ ଦାସ ରବିବାର ସକାଳ ପ୍ରାୟ ୮ ଟା ରେ ତାଙ୍କ ଭାଇ ବୋହୁ ଙ୍କୁ ଟଣା ଓଟରା କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଏନେଇ ଆକ୍ରମଣରେ ଆହାତ ଭାଇ ବୋହୁ ତମାଳ ଦାସ ଥାନାରେ ଏତଲା ଦେବା ପରେ ଥାନା ମାମଲା ନଂ.୫୫/୨୩ ଦଫା – ୨୯୪/୩୨୩/୫୦୬/୩୪ ଆଇ ପି ସି ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ପୋଲିସ ତଦନ୍ତ ଚଳାଇଛନ୍ତି।ଗିରଫ ଭୟରେ ଅଭିଯୁକ୍ତ ଗାଁ ରୁ ଫେରାର ଥିବା ଜଣାପଡିଛି।


