ହତ୍ୟାଉଦ୍ୟମ ମାମଲା ୨ ଅଭିଯୁକ୍ତ ଜେଲ ଗଲେ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ବ୍ରହ୍ମପୁର ସଦର ଥାନା ପଦରବାଲି ଗ୍ରାମର ବସନ୍ତ ଦାସ ଏବଂ ମେଳା ଦାସ ଙ୍କୁ ସୋମବାର ଗିରଫ କରି ବ୍ରହ୍ମପୁର ଏସଡିଜେଏମ କୋର୍ଟ କୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୫୪/୨୩ ଦଫା -୩୪୧/୨୯୪/୩୦୭/୫୦୬/୩୪ ଆଇ ପି ସି ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ୱୟ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଘଝରି ଗ୍ରାମର କୁନା ଗୌଡ଼ ଙ୍କ ଗାଈ କେଉଁ ଆଡ଼େ ହଜିଯାଇଥିଲା।ସେ ଗାଈ ଖୋଜିବାକୁ କୁମ୍ଭଝରି ଗ୍ରାମ ନିକଟକୁ ଯାଇଥିଲେ।ରାତି ପ୍ରାୟ ସାଢେ ୮ ଟା ରେ ସେ ଗାଈ ଖୋଜି ଫେରୁଥିବା ବେଳେ ଅଭିଯୁକ୍ତ ଦ୍ୱୟ ତାଙ୍କୁ ଏକୁଟିଆ ପାଇ ନିଶାସକ୍ତ ଅବସ୍ଥାରେ ଗାଳି ଗୁଲଜ କରିଥିଲେ।ପ୍ରତିବାଦ କରିବାରୁ ଉଭୟେ ତାଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ।କୁନା ଚେତାଶୂନ୍ୟ ଅବସ୍ଥାରେ ତଳେ ପଡି ଯାଇଥିଲେ।ଖବର ପାଇ ପରିବାର ଲୋକେ ତାଙ୍କୁ ଘଟଣାସ୍ଥଳ ରେ ପହଞ୍ଚି ଉଦ୍ଧାର କରିବାସହ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିଶାଖାପାଟଣା ର ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାପଡିଛି।


