ଶିବରାତ୍ରୀ ଉପଲକ୍ଷେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଞ୍ଚାୟତର ଇଟିପୁର ସ୍ଥିତ ଗିରିମଠର ଆଖଣ୍ଡଳମଣୀଙ୍କ ପୀଠରେ ଶିବରାତ୍ରୀ ଉପଲକ୍ଷେ ମଠ ପିସରରେ ବାବା ଶ୍ରୀ ଧନେଶ୍ୱର ଦାଶଙ୍କ ଆହ୍ୱାନରେ ଓ ସରପଞ୍ଚ ଗୋପିନାଥ ମଲ୍ଲିକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୁଶାନ୍ତ କୁମାର ପରିଡା, ହେମନ୍ତ କୁମାର ପ୍ରଧାନ, ଭୀମସେନ ପ୍ରଧାନ, କାମଦେବ ଦାସ, ନିରଞ୍ଜନ ମଲ୍ଲିକ, ସୁଦର୍ଶନ ମହାପାତ୍ରଙ୍କ ସମେତ ଗ୍ରାମବାସୀମାନେ ଯୋଗଦେଇ ଆସନ୍ତା ୧୮ତାରିଖ ଶନିବାର ଶିବରାତ୍ରୀ ଅବସରରେ କଳସଯାତ୍ରା, ଧର୍ମସଭା, ସଙ୍କୀର୍ତ୍ତନ, ଭଜନ, ହୋମଯଜ୍ଞ, ମହାଦୀପ ଉଠିବା ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯିବା ସହିତ ଶିବରାତ୍ରୀ ଉତ୍ସବ କିଭଳି ସରସ ସୁ୍‌ଦର ଭାବରେ ସମ୍ପନ୍ନ ହେବ ସେଥିପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ପ୍ରାଥମିକ ଶିକ୍ଷକ ପୁଣି ଆନ୍ଦୋଳନକୁ ଓହ୍ଲାଇବେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ