ପ୍ରିୟଙ୍କାଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ଦେଶୀ ଗର୍ଲ ପ୍ରିୟଙ୍କା ଏବେ କେବଳ ବଲିଉଡରେ ସୀମୀତ ନାହାନ୍ତି । ସେ ହଲିଉଡରେ ମଧ୍ୟ ନିଜର ଏକ ସଫଳ ପରିଚୟ ସୃଷ୍ଟି କରିସାରିଲେଣି । ପ୍ରିୟଙ୍କା ଏବେ ଗ୍ଲୋବାଲ ଆଇକନ୍ ହୋଇଗଲେଣି । ସେ ସାରା ବିଶ୍ୱରେ ସମସ୍ତଙ୍କ ପ୍ରଥମ ପସନ୍ଦର ନାୟିକା ପାଲଟିଛନ୍ତି । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଆୱାର୍ଡ ସେ ନିଜ ନାଁରେ କରିସାରିଲେଣି । ତେବେ ଅଭିନୟ ବ୍ୟତୀତ ୟୁନିସେଫ୍ ଜରିଆରେ ସମାଜ ସେବା ପାଇଁ ମଧ୍ୟ ସେ ଜଣାଶୁଣା । ଦୀର୍ଘ ସମୟରୁ ସେ ୟୁନିସେଫ୍ର ଗୁଡୱିଲ୍ ଆମ୍ବାସଡର ଅଛନ୍ତି । ତେବେ ନିକଟରେ ତାଙ୍କୁ ୟୁନିସେଫ୍ ତରଫରୁ ଏକ ବଡ଼ ସମ୍ମାନ ମିଳିଛି । ଗ୍ଲାବାଲ୍ ଆଇକନ୍ ପ୍ରିୟଙ୍କାଙ୍କୁ ତାଙ୍କ ସମାଜ ସେବା ପାଇଁ ୟୁନିସେଫ୍ ତରଫରୁ ଆୱାର୍ଡରେ ସମ୍ମାନିତ କରାଯାଇଛି । ଏହି ଆୱାର୍ଡ ତାଙ୍କୁ ନ୍ୟୁୟର୍କରେ ଆୟୋଜିତ ୧୫ଶ ବାର୍ଷିକ “ୟୁନିସେଫ ସ୍ନୋ ଫ୍ଲେକବଲ୍‌’ ସମାରୋହରେ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଏହି ପୁରସ୍କାରର ଘୋଷଣା ଗତ ଜୁନରେ ହୋଇଥିଲା । ଯେଉଁଥିରେ ପ୍ରିୟଙ୍କାଙ୍କୁ ନୋମିନେଟ୍ କରାଯାଇଥିଲା । ଏହି ଆୱାର୍ଡ ସେରିମନିରେ ପ୍ରିୟଙ୍କା ଏକ ରେଡ୍ କଲର୍ର ୱାନ୍‌-ସୋଲ୍ଡର୍ ଗାଉନ୍ ପିନ୍ଧିଥଲେ । ଏହି ଡ୍ରେସରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଏହି ସମାରେହରେ ପ୍ରିୟଙ୍କାଙ୍କୁ ପରିବେଶ,ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ କାମ କରିଥିବାରୁ ମିଳିଛି । ଜଣାଇ ଦେବାକୁ ଚାହୁଁ ଯେ ଏହି ସମ୍ମାନ ଆମେରିକୀୟ ଅଭିନେତା ତଥା ସମାଜସେବକ ଡ୍ୟାନି କାୟେଙ୍କ ନାଁରେ ରଖାଯାଇଛି, ଯିଏକି ୟୁନିସେଫର ପ୍ରଥମ ଗୁଡ୍‌ୱିଲ୍ ଆମ୍ବାସଡର୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ