ବଡରମ୍ପାସରେ ସର୍ବଭାରତୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସରେ ମଲ୍ଲିକାଦେବୀ ସର୍ବଭାରତୀୟ ଭଲ୍ଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏହି ଏକଦିବସୀୟ ଟୁର୍ଣ୍ଣାମେଣ୍ଟକୁ ସ୍ୱର୍ଗତ ମଲ୍ଲିକାଦେବୀଙ୍କ ପୁଅ ଶଙ୍ଖାଳି ଚରଣ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ହରିୟାନା ସ୍ପାଇର୍କସ, ଡବ୍ଲୁସି ଜବଲପୁର, ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ, ରାଇଜିଂ ଷ୍ଟାର ରାଉରକେଲା ପ୍ରମୁଖ ଦଳ ଗୁଡିକ ଭାଗନେଇଛନ୍ତି । ଏହି ଟୁଣ୍ଣାମେଣ୍ଟର ଉଦଘାଟନ ଉତ୍ସବରେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଯୁବନେତା ଅଭିମନ୍ୟୁ ସେଠୀ, ଯୁବ ବିଜେଡି ଉପସଭାପତି ବଳରାମ ସାହୁ, ବଡରମ୍ପାସ ସରପଞ୍ଚ ରବିନ୍ଦ୍ର କୁମାର ସାହୁ, ଯୁବ ସମାଜସେବୀ ତଥା ଯୁବ ବିଜେଡି ନେତା ବିଶ୍ୱନାଥ ପ୍ରତାପ ଜେନା, ସୁଶାନ୍ତ ସେନାପତି, ନାରାୟଣ ବେହେରା, ବଡରମ୍ପାସ ସମବାୟ ସମିତିର ସଭାପତି ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ନିରଞ୍ଜନ ନାୟକ, କଳାକର ସାମଲ, ସଞ୍ଜିବ କୁମାର ଚାନ୍ଦ, ସୁଦର୍ଶନ ସେଠୀ, ଅନିଲ କୁମାର ଷଣ୍ଢ, ସୁରେଶ କୁମାର ଭୂୟାଁ, ଅମୁଲ୍ୟ କୁମାର ପରିଡା ପ୍ରମୁଖ ରେଫେରୀ ଭାବେ ଖେଳ ପରିଚାଳନା କରୁôତବାବେଳେ ଆଖ ପାଖ ଅଞ୍ଚଳର ହଜାର ହଜାର ଦର୍ଶକ ଉପସ୍ଥିତ ରହି ଖେଳକୁ ଉପଭୋଗ କରିବା ସହିତ ଖୋଳଳୀ ମାନଙ୍କୁ ଉତ୍ସାହିତ କରୁଛନ୍ତି ।