ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ହାଟଡିହି (ଓ୍ବାଇଏନଏସ): ଆସନ୍ତା ୨୬ ତାରିଖ ବୁଧବାର ଦିନ ମହିଳା ସମାନତା ଦିବସରେ ଚ଼ଣ୍ଡୀବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ  ପରିସରରେ ସମ୍ବାଦ ଆମ ଓଡିଶା ଓ ସେଣ୍ଟ ଜାଭିଅର ହାଇସ୍କୁଲର ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସେଣ୍ଟ ଜାଭିୟର ହାଇସ୍କୁଲର ସଭାପତି  ଇଂ ଉଦୟନାଥ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସାମ୍ବାଦିକ କିଶୋର ଆଚାର୍ଯ୍ୟ ଯୋଗଦେଇ ଶିବିରକୁ ସଫଳ କରିବାଲାଗି ଆହ୍ବାନ ଦେଇଥିଲେ। ବର୍ତ୍ତମାନ ସମୟରେ ରକ୍ତର ଅଭାବକୁ କିପରି ଦୁରିଭୂତ କରିବା ଓ ଏହି ଶିବିରରେ କିପରି ଅଧିକରୁ ଅଧିକ ୟୁନିଟି ରକ୍ତ ସଂଗୃହିତ ହେବ ସେନେଇ ସମସ୍ତେ ତତ୍ପର ହେବାକୁ ଶ୍ରୀଯକ୍ତ କର ଆହ୍ବାନ ଦେଇଥିଲେ। ଏହି ବୈଠକରେ ସାମ୍ବାଦିକ ପାର୍ଥ ସୌରଭ ସା, ବରିଷ୍ଠ ଶିକ୍ଷକ ବିଜୟ କୁମାଇ ପହି, ବିଜୟ କୁମାର ପହି, ଦେବେନ୍ଦ୍ରନାଥ ପାଢୀ, ଦୟାନିଧି ଚିନରା, ହିମାଂଶୁ ରଞ୍ଜନ ବାରିକ, ସୁତିପ୍ତ ଦାଶ, ପ୍ରଶାନ୍ତ କୁମାର ଦାଶ, ସଂଗ୍ରାମ କେଶରୀ ପଟ୍ଟନାୟକ, ଚନ୍ଦ୍ରଶେଖର ବାରିକ, ତନୁଶ୍ରୀ ତନୟା ପହି, ଶୁଭଶ୍ରୀ ପଣ୍ଡା, ଉର୍ମୀ ମହାନ୍ତି, ବିଷ୍ଣୁପ୍ରିୟା ଦାଶ, ଭାଗ୍ୟଶ୍ରୀ ସାହୁ, ପ୍ରୀତିନନ୍ଦା ମଲ୍ଲିକ, ଚିନ୍ମୟୀ ସାହୁ, ଏସ୍. ବି. ସାଇମଗ୍ନା, ସାଇକ୍ଲିଷ୍ଣା ଜେନା, ମୋନାଲିସା ବାରିକ୍, ବିଶ୍ବବନ୍ଦିତା ଜେନା, ସ୍ଵପ୍ନ ରାଣୀ ନାୟକ ଏବଂ ସହକର୍ମୀ ମଞ୍ଜୁଲତା ଖୁଣ୍ଟିଆ, ମନୋରମା ସେଠୀ, ଅଜୟ ସେଠୀ ଓ ଉର୍ମିଳା ସେଠୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ