ଭି-ଫାଉଣ୍ଡେସନର ବ୍ରେନକ୍ୱେଷ୍ଟ-୨୦୨୩
ବାଲେଶ୍ୱର, (ସରୋଜ ପଣ୍ଡା):ସିବିଏସଇ ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ବିକାଶ ଆଭିମୁଖ୍ୟ ନେଇ ଭି-ଫାଉଣ୍ଡେସନର ‘ପଞ୍ଚମ ବ୍ରେନ କ୍ୱେଷ୍ଟ-୨୦୨୩’ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବିଭାଗ ପ୍ରତିଯୋଗିତାରେ ଦୁଇ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ରେଞ୍ଜ ସ୍କୁଲ, ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ, ମଡ଼ର୍ଣ୍ଣ ପବ୍ଲିକ ସ୍କୁଲ, ସୁଲଗ୍ନା ପବ୍ଲିକ ସ୍କୁଲ ପ୍ରଭୃତି ସିବିଏସଇ ଶିକ୍ଷାନୁଷ୍ଠାନର ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ-୨ର ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ବିକାଶ ସାଙ୍ଗକୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାଏ ବୋଲି ସେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ବିପ୍ଳବ ଦାସମହାପାତ୍ର ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସଂଯୋଜକ ରବିରଞ୍ଜନ ସାମଲ ବିବରଣୀ ଉପସ୍ଥାପନ କରିଥିଲେ । ଚନ୍ଦନ ବେହେରା, ଭଜହରି ସାହୁ, ଲକ୍ଷ୍ମୀକାନ୍ତ ଗିରି, ସବିତା ସିଂ, ପ୍ରମୋଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


