ତପ୍ତପାଣି ଘାଟିରେ ଓଲଟିଲା ମକା, ପଣସ ବୋଝେଇ ଟ୍ରକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟିଲା ମକା ପଣସ ବୋଝେଇ ଟ୍ରକ ।ଦୁର୍ଘଟଣା ସୋମବାର ବିଳମ୍ବିତ ରାତ୍ରିରେ ଘଟିଥିବା ବେଳେ ଡ୍ରାଇଭର ଏବଂ ହେଲପର ଙ୍କୁ ସାମାନ୍ୟ ଆହତ ହୋଇଥିବା ବେଳେ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡ଼ିକାଲକୁ ସ୍ଥାନାନ୍ତର କଜାଇଥିବା ଜଣାପଡ଼ିଛି ।ବିଳମ୍ବିତ ରାତ୍ରୀରେ ବେଲଗଡ଼ ଆଶ୍ରମ ସ୍କୁଲ ନିକଟ ବୁଲାଣିରେ ପଣସ ବୋଝେଇ ଟ୍ରକଓଲଟିଥିବା ବେଳେ ତାର କିଛି ସମୟ ପରେ ଜକରାପଲ୍ଲି ନିକଟରେ ମକା ବୋଝେଇ ଟ୍ରକ ଓଲଟିପଡ଼ିଥିବା ଜଣାପଡ଼ିଛି। ଉଭୟ ଗାଡିର ଡ୍ରାଇଭର ହେଲପର ସାମାନ୍ୟ ଆହତ ହୋଇଥିବା ବେଳେ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଛି । ପଣସ ଵୋଝେଇ ଟ୍ରକ ଗଜପତି ଜିଲ୍ଲାରୁ ଝାଡ଼ଖଣ୍ଡ, ମକା ବୋଝେଇ ଟ୍ରକ ବ୍ରହ୍ମଣୀଗାଁ ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଖବର ପାଇ ପୋଡ଼ାମାରି ଫାଣ୍ଡି ଅଧିକାରୀ ପରମାନନ୍ଦ ମଲ୍ଲିକ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ