ଜୟରାଷ୍ଟ୍ର ପକ୍ଷରୁ ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସାମାଜିକ ସଂଗଠନ ‘ଜୟରାଷ୍ଟ୍ର’ ପକ୍ଷରୁ ପୁଲୱାମା ଦିବସ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯିବା ସହିତ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ମାତୃଦତ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୁଲୱାମାରେ ସହିଦ ହୋଇଥିବା ଭାରତୀୟ ଜବାନମାନଙ୍କ ବଳିଦାନ ଯୁବସମାଜ ପାଇଁ ଏକ ପ୍ରେରଣାର ଉତ୍ସହୋଇ ରହିବ ବୋଲି ବକ୍ତାମାନେ କହିଥିଲେ । ଦେଶର ସୁରକ୍ଷା ପାଇଁ ପ୍ରତି ଭାରତୀୟ ସଦାସର୍ବଦା ଜାଗ୍ରତ ରହିବା ପାଇଁ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଶ୍ମୀରଞ୍ଜନ ସ୍ୱାଇଁ, ନିହାର ରଞ୍ଜନ ପରିଡା, ବଳରାମ ବେହେରା, ଦୁର୍ଗାଚରଣ ପତି, ମୃତ୍ୟୁଞ୍ଜୟ ପରିଡା, ଜଗବନ୍ଧୁ ବେହୁରା, କବିତା ପ୍ରଧାନ, ବାସନ୍ତୀ ମହାପାତ୍ର, ରାଜେନ୍ଦ୍ର ମହାପାତ୍ର, ସୁଶାନ୍ତ ନାୟକ, ସୌମେନ୍ଦ୍ର ମଣ୍ଡଳ, ନିରଞ୍ଜନ ପରିଡା, ମାନସ ରଞ୍ଜନ ମଲ୍ଲ ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ ।