ତ୍ରିଦିବସୀୟ ସାମର୍ଥ୍ୟ ତାଲିମ ଶିବିର ଉଦ୍ଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ଭିନ୍ନକ୍ଷମ ସମ୍ବଳ କେନ୍ଦ୍ର କେନ୍ଦ୍ରାପଡା ବଡବାରଙ୍ଗଠାରେ ତିନିଦିନିଆ ସାମର୍ଥ୍ୟ ତାଲିମ ଶିବିର ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ଶିବିରରେ ୯ଟି ବ୍ଲକରୁ ବ୍ଲକ ପିଛା ଜଣେ ସମ୍ବଳ ଶିକ୍ଷକ ଓ ୩ଜଣ ଶିକ୍ଷକ ଏହି ପରି ମୋଟ ୩୬ଜଣ ଶିକ୍ଷକ ପ୍ରଶିକ୍ଷାର୍ଥୀ ଭାବେ ତାଲିମ ଗ୍ରହଣ କରିଥିଲେ । ଏହି ଶିବିରରେ ପ୍ରଶିକ୍ଷକ ଭାବରେ ଚିତ୍ତରଞ୍ଜନ ଜେନା, ସୁୁବାଷ ଚନ୍ଦ୍ର ସାହୁ ଓ ଲୋପାମୁଦ୍ରା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଅନ୍ତର୍ନିବେଶୀ ସଂଯୋଜକ କେନ୍ଦ୍ରାପଡା ବିଜୟ କୁମାର ପରିଡା, ଆଲୋକ କୁମାର ବେହେରା, ରାଜଲକ୍ଷ୍ମୀ ରାଉତ ଓ ହିଂମାଶୁ ଶେଖର ନାୟକ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରଟି ଆସନ୍ତା ଫେବୃୟାରୀ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି ।