ହାଟଡିହି ବ୍ଲକ ଆଶାକର୍ମୀ ସଂଘ ପକ୍ଷରୁ ବାର୍ଷିକ ସମ୍ମିଳନୀ, ଦାବି ପୁରଣ କରିବାକୁ ସରକାରଙ୍କୁ ନିବେଦନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଆଶାକର୍ମୀ ସଂଘ ପକ୍ଷରୁ ପ୍ରସିଦ୍ଧ ରାମଚଣ୍ଡୀ ପୀଠ ଠାରେ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କର୍ମକର୍ତ୍ତା ବାବାଜି ଚରଣ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ପ୍ରମୁଖ କର୍ମକତ୍ତା ବସନ୍ତ କୁମାର ପହି ଯୋଗଦେଇ ଆଶାକର୍ମୀ ମାନଙ୍କ ବିଭିନ୍ନ ସମସ୍ୟାଉପରେ ଆଲୋକପାତ କରିବା ସହିତ ଆଶାକର୍ମୀ ସଂଘ ପକ୍ଷରୁ ସରକାରଙ୍କ ପାଖରେ କରାଯାଇଥିବା ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ଆଶାକର୍ମୀମାନେ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ କିପରି ଲୋକମାନଙ୍କୁ ସେବା ଯୋଗାଇ ଦେଇଥିଲେ ବି ସରକାର ଆଶାକର୍ମୀ ମାନଙ୍କୁ ନିୟମିତ କରିବା, ମାସକୁ ୧୮ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି ଉପସ୍ଥାପିତ କରାଯାଇଥିଲା । ସୋସୋ ସେକ୍ଟରର ସଭାନେତ୍ରୀ ଏଲିନା ପହି, ସମ୍ପାଦିକା ସନ୍ଧ୍ୟାରାଣୀ ଭୂୟା. ହାଟଡିହି ସେକ୍ଟରର ସଭାନେତ୍ରୀ ଶାନ୍ତିଲତା ସାହୁ, ସମ୍ପାଦିକା ଅହଲ୍ୟା ସାହୁ, ରମ୍ପାସ ସେକ୍ଟରର ସଭାନେତ୍ରୀ ସଂଯୁକ୍ତା ଜେନା ଓ ସମ୍ପାଦିକା ଜାନକୀଲତା ସାହୁ, ଶାଳଣିଆଁ ସେକ୍ଟରର ସଭାନେତ୍ରୀ ସ୍ନିଗ୍ଧାରାଣୀ ରାଉଳ ଓ ସମ୍ପାଦିକା ପ୍ରୀୟମ୍ବଦା ଓଝା ପ୍ରମୁଖ ଆଶାକର୍ମୀଙ୍କ ସମସ୍ୟା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ସମ୍ମଳନୀରେ ସୁବାସିନୀ ଜେନା, ସୂଲୋଚନା ମହାନ୍ତି, ରମାମଣି ମହାନ୍ତ, ହେମଲତା ଲେଙ୍କା, ବଉଳ ପାତ୍ର, ମଞ୍ଜୁଲତା କର, ବାସନ୍ତୀ ପରିଡା, ଜ୍ୟୋତ୍ସ୍ନାରାଣୀ ବିଶ୍ୱାଳ, ଲିଜାରାଣୀ ବିଶ୍ୱାଳ, ରିତାରାଣୀ ପଟ୍ଟନାୟକ, ବାଣେଶ୍ୱରୀ ମାଝୀ, ସାବିତ୍ରୀ ପାତ୍ର, ସ୍ମୀତାରାଣୀ ରାଉଳ, ଶାନ୍ତିଲତା ସାହୁ, ପଦ୍ମାବତୀ ଘଡେଇ, କନକଲତା ସ୍ୱାଇଁ, ମନ୍ଦାକିନି ରାଉତ, ସରସ୍ୱତୀ ଚର୍ତୁପାଣି, ମିନତୀ ଜେନା, ସୁବାସିନି ଡାକୁଆ, ଜୟନ୍ତୀ ଦାସ, ଶକୁନ୍ତଳା ମୁର୍ମୁଙ୍କ ସମେତ ବ୍ଲକର ସମସ୍ତ ଆଶାକର୍ମୀ ମାନେ ଯୋଗଦେଇଥିଲେ । ମନମୋହନ କର, ଜଗନ୍ନାଥ ଭୁୟାଁ, ଅଜୟ ଜେନା, ଘନଶ୍ୟାମ ଜେନା, ବାବନ ସାହୁ, ଜୟଦେବ ପରିଡା, ସୁଦାମ ସାହୁ, ଅଜିତ ଜେନା ପ୍ରମୁଖ କର୍ଯ୍ୟକ୍ରମ ପରିଚାଳନା କରିଥିଲେ ।