ଆନନ୍ଦପୁର ମହୋତ୍ସବରେ ହାଟଡିହି ବ୍ଲକ ସମ୍ବର୍ଦ୍ଧିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ମହୋତ୍ସବର ଉଦଘାଟନ ଉତ୍ସବରେ ଅନୁଷ୍ଠିତ ସାଂସ୍କୃତିକ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ହାଟଡିହି ବ୍ଲକ ପ୍ରଥମସ୍ଥାନ ହାସଲ କରିଥିବାରୁ ମହୋତ୍ସବ କମିଟି ତରଫରୁ ହାଟଡିହି ବ୍ଲକକୁ ସମ୍ବର୍ଦ୍ଧିତ କରାଯାଇଛି । ମହୋତ୍ସବର ୫ମ ସନ୍ଧ୍ୟାରେ ମୁଖ୍ୟ ଅତିଥି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ, ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିଥି ପୁର୍ବତନ ସାଂସଦ ତଥା ଚଳଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଉଷଶୀ ମିଶ୍ର ପ୍ରମୁଖ ହାଟଡିହି ବ୍ଲକକୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବିଡିଓ ସୁଶ୍ରୀ ବିନିତା ବିଜୟିନୀ ପ୍ରମୁଖ ଯୋଗଦେଇ ଅତିଥି ମାନଙ୍କ ଠାରୁ ଏହି ସମ୍ମାନକୁ ଗ୍ରହଣ କରିଥିଲେ ।