ଛତ୍ରପୁର ଠାରେ ୫୭ତମ ହୋମଗାର୍ଡ ଦିବସ ପାଳିତ 

ଛତ୍ରପରୁ (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁରସ୍ଥିତ ପୋଲିସ ପଡିଆ ଠାରେ ୫୭ତମ ହୋମଗାର୍ଡ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଂଜାମ ଏସପିି ବ୍ରିଜେଶ କୁମାର ରାଏ ଯୋଗଦାନ କରି ସମ୍ମିଳୀତ ପ୍ୟାରେଡର ଅଭିବାଦନ ଗ୍ରହଣ କରି ଗୃହରକ୍ଷୀ ବାହୀନି ମାନେ ପୋଲିସ ବିଭାଗର ଏକ ଅଙ୍ଗ ଏଣୁ ସେମାନେ କର୍ତ୍ତବ୍ୟ ପରାୟଣ ହୋଇ ଉତ୍ସଗୀକୁତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହ ସେ ଗଂଜାମର ଗୃହରକ୍ଷୀବାହିନୀ ମାନେ ଗତ ତିତଲୀ , ବୁଲବୁଲ , ବାତ୍ୟା ଓ ବନ୍ୟା ସମୟରେ ଲୋକଙ୍କ ସେବାକରିଥିବାରୁ ସେମାନଙ୍କୁ ପ୍ରଶଂସାକରିଥିଲେ । ଗୃହରକ୍ଷୀ ମାନେ ବିଭିନ୍ନ ବିପତ୍ତି ସମୟରେ ଲୋକଙ୍କୁ ସାହାର୍ଯ୍ୟ କରିଆସୁଛନ୍ତି । ଏସପି ଶ୍ରୀ ରାଏ ଗୁହରକ୍ଷୀ ବାହିନୀଙ୍କ ପାଇଁ ଓଡିଶାର ମହାମହିମା ରାଜ୍ୟପାଳ ,ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀ ଙ୍କ ବାର୍ତ୍ତା କୁ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ପତିତପାବନ ଚୈାଧୂରୀ ଓ ଠାକୁର ପ୍ରସାଦ ପାତ୍ର , ଡିଏସପି ହେଡକ୍ୱାଟର ଉତ୍କଳ କେଶରୀ ଦାସ, ଡିଆଇବି ଡିଏସପି ଅଜୟ କୁମାର ମିଶ୍ର, ଡିଏସପି ସାମୁଏଲ ପ୍ରଧାନ, ପ୍ରବେସନାରୀ ଡିଏସପି ସଂଜିବ କୁମାର ମହାପାତ୍ର, ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ କୁମାର ମହାନ୍ତି, ଗଂଜାମ ପୋଲିସ ଆରଆଇ ଗଙ୍ଗାଧର ଧାଙ୍ଗର, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ସମିଷ୍ଠା ପ୍ରଧାନ, ସର୍ଜେଣ୍ଟ ସଂଜୟ ବାରିକ, ଏ.ରାବଣା ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ହୋର୍ମଗାର୍ଡ ଏସ୍‌.ପର୍ଶୁରାମ ରେଡ୍ଡୀ ଓ ପ୍ରଶାନ୍ତ କୁମାର ନନ୍ଦ ପ୍ୟାରେଡ୍ ପରିଚାଳନା କରିଥିଲେ । ପାଟପୁର ଥାନାର ଗୃହରକ୍ଷୀ ଦେବାଶିଷ ମହାନ୍ତି ଜାତୀୟ ଶକ୍ତି ଉତ୍ତୋଳନ ଚମ୍ପିୟାନସିପରେ ରୈାପ୍ୟ ଓ ବ୍ରୋଞ୍ଚ ପଦବୀ ହାସଲ କରିଥିବାରୁ ତାଙ୍କୁ ଶ୍ରେଷ୍ଠ ଗୃହରକ୍ଷୀ ଭାବେ ଏସପି ଶ୍ରୀ ରାଏ ପୁରସ୍କାର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ