ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ ବନ୍ଦ ପ୍ରତିବାଦରେ ବ୍ଲକ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା ଓ ଧାରଣା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ ବନ୍ଦ କରି ଗରିବ ଲୋକଙ୍କ ୫କିଲୋ ଚାଉଳ କାଟିଦେବାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ହାଟଡିହି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା । ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠଈ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ରାଜ୍ୟ ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ, ଶାସଙ୍ଗ ପଞ୍ଚାତର ସରପଞ୍ଚ ମଧୁମୀତା ସ୍ୱାଇଁ, ପଞ୍ଚୁଗୋଛିଆ ସରପଞ୍ଚ ଦିନେଶ କୁମାର ସେଠୀ, ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ସଶ୍ମିତା ମହାପାତ୍ର, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା, ବଡରମ୍ପାସ ସରପଞ୍ଚ ରବିନ୍ଦ୍ର ଜେନା, ଗେଡମା ସରପଞ୍ଚ ପ୍ରତିନିଧି ବାବୁଲା କାଣ୍ଡିଙ୍କ ସମେତ ବହୁ ନେତା କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତି ବିରୁଦ୍ଧରେ କଡା ସମାଲୋଚନା କରିଥିଲେ । କେନ୍ଦ୍ର ସରକାର ଏପରି କରି ଗରିବ ଲୋକଙ୍କ ପେଟକୁ ନାତ ମାରୁଛି ବୋଲି ବିଧାୟକ ଶ୍ରୀ ସେଠୀ ମତବ୍ୟକ୍ତ କରିବା ସହିତ ତୁରନ୍ତ କେନ୍ଦ୍ର ସରକାର ଏପରି ନିଷ୍ପତିର ପୁନଃ ବିଚାର କରନ୍ତୁ ବୋଲି ଆହ୍ୱାନ ଦେଇôତଲେ । ପରେ ଏକ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଅଭିମନ୍ୟୁ ସେଠୀ, ବିଶ୍ୱନାଥ ନାୟକ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ନାୟକ, ବଞ୍ଚୋ ସରପଞ୍ଚ ପ୍ରଶାନ୍ତ ରାଉତ, ହଦଗଡ ସରପଞ୍ଚଙ୍କ ପ୍ରତିନିଧି ମଦନ ମୋହନ ନନ୍ଦି, ସମିତିସଭ୍ୟ ତାରିଣୀ ପ୍ରସାଦ ସେନାପତି, ଓରାଳି ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ଯୋଗେନ୍ଦ୍ର ବେହେରା, ବୈଦ୍ୟନାଥ ସାମଲ, ବିଜୟ କୁମାର ମହାପାତ୍ର, ଧୁଶାସନ ସାହୁ, ଷଡଙ୍ଗ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଶାସଙ୍ଗ ପଞ୍ଚାୟତ ବିଜେଡି ସଭାପତି ଇଂ ରବିନ୍ଦ୍ର କୁମାର ସାହୁ, ସୁଧାଶୁଂ ଶେଖର ବିଶ୍ୱାଳ, ସୁବୋଧ ଆୟଚ, ବସନ୍ତ ବେହେରାଙ୍କ ସମେତ ହଜାରେରୁ ଉର୍ଦ୍ଧ ବିଜେଡି କର୍ମୀ ସାମିଲ ହୋଇଥିଲେ ।