ତାରାକାନ୍ତ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ବାଲେଶ୍ୱର, (ସରୋଜ ପଣ୍ଡା):ବିଦ୍ୟୁତ ଶ୍ରମିକ ନେତା ତାରାକାନ୍ତ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସହ ଅନୁବନ୍ଧିତ ବିଜୁ ଶ୍ରମିକ ସାମୁଖ୍ୟ ଉତ୍ତରାଞ୍ଚଳ ଶାଖା ପକ୍ଷରୁ ଏକ ଶୋକସଭା ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଏଥିରେ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ବିଦ୍ୟୁତ ଶ୍ରମିକ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ଜୀବନ ତମାମ ସେ ସଂଗ୍ରାମ ରଖିଥିବା ବେଳେ ତାଙ୍କର ବିୟୋଗ ସଂଗଠନ ପାଇଁ ବଡ଼କ୍ଷତି ବୋଲି ଶ୍ରୀ ଜେନା ମତ ପ୍ରକାଶ କରିଥିଲେ । ଜିତେନ୍ଦ୍ର ମୋହନ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ ଜୋନାଲ ସମ୍ପାଦକ ହରିଶ୍ଚନ୍ଦ୍ର ଦାସ, ଡିଆଇସି ଯାଜପୁର ଶାଖାର ବିପ୍ଳବ ସାମନ୍ତରାୟ, ମଣ୍ଡଳ ସମ୍ପାଦକ ପ୍ରଦୀପ ଦାସ, ବସ୍ତା ପର୍ଯ୍ୟବେକ୍ଷକ ରାଧାଶ୍ୟମ ପାତ୍ର, ଅଫିସ ସମ୍ପାଦକ ସମରଜିତ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହେମନ୍ତ କୁମାର ଚଣ୍ଡ, ମନୋଜ କୁମାର ସାହୁ, ସଞ୍ଜୟ ପ୍ରଧାନ, ଗୋପାଳ ମାଲାକାର, ତାରିଣ ବାରିକ, ବିଶ୍ୱଜିତ ସେନାପତି, ରାଜୀବ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ