ଓଡିଶାର ହସ୍ତଶିଳ୍ପ,ହସ୍ତତନ୍ତ ସାରାବିଶ୍ୱକୁ ଚକିତ କରିଛି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳର କଳା,ସଂସ୍କୃତି ଓ ପରମ୍ପରା ସାରା ବିଶ୍ୱକୁ ଚକିତ କରିବା ସହିତ ଓଡିଶାର ସମ୍ମାନ ଓ ଗୌରବ ବୃଦ୍ଧିରେ ବେଶ୍ ସହାୟକ ହୋଇପାରିଛି ଏପରିକି ଭାରତର ମହାମହିମ ରାଷ୍ଟ୍ରପତି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ଆମ ବୟନଶିଳ୍ପ ଓ ହସ୍ତ ଶିଳ୍ପକୁ ବେଶ ପ୍ରସଂଶା କରିଛନ୍ତି । ଏହି ପରିପ୍ରେକ୍ଷିରେ ଶିଶୁ ଅନନ୍ତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆୟୋଜିତ କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ଉଦଘାଟନ କରି ଅଧ୍ୟକ୍ଷ ପ୍ରଫେସର ନିମାଇଁ ଚରଣ ଜେନା ମତବ୍ୟକ୍ତ କରି କହିଲେ ଯେ ଆମ ହସ୍ତଶିଳ୍ପକୁ ସଶକ୍ତ ଓ ସମୃଦ୍ଧ କରିବା ଆମ ଦାୟିତ୍ୱ । ବିଭାଗୀୟ ମୁଖ୍ୟ ସାରସ୍ୱ୍ୱତ ପ୍ରତିଭାଧାରୀ ପ୍ରଫେସର ମାନସୀ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ଅନେକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଫେସର ଷଡଙ୍ଗୀ ମତବ୍ୟକ୍ତ କରିଥିଲେ ଯେ ସାରା ବିଶ୍ୱରେ ଓଡିଶାର ହସ୍ତଶିଳ୍ପ,କଳା,ହସ୍ତତନ୍ତ ପ୍ରମୁଖର ସ୍ୱତନ୍ତ୍ର ଗାରିମା ରହିବା ସହିତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡିଶାର ମାନକୁ ବେଶ ବୃଦ୍ଧି କରିପାରିଛି । ଉକ୍ତ ଶିଳ୍ପକୁ ପ୍ରଚାର ଓ ପ୍ରସାର କରିବା ଆମ ସମସ୍ତଙ୍କର ଦାୟିତ୍ୱ । ସମ୍ମାନିତ ଅତିଥି ଭାବେ ପ୍ରଫେସର ଡଃ ରଶ୍ମୀତା ମହାପାତ୍ର କହିଥିଲେ ମେସିନ କ୍ରାଫ୍ଟ ସହ ଲଢ଼ିବାକୁ ଆମ ହସ୍ତଶିଳ୍ପ ସମର୍ଥ ି । ଅନ୍ୟତମ ଅତିଥି ଡଃ ମଧୁମତୀ ରଥ ମତବ୍ୟକ୍ତ କରିଥିଲେ ଶିଳ୍ପିମାନେ ସଶକ୍ତ ହେଲେ ଓଡିଶାର ଅର୍ଥନୀତି ସୁଦୃଢ଼ ହେବ । ଶିଳ୍ପକଳାକୁ ଉପଯୋଗ କରିବା ହେଉଛି ଆଜିର ଆହ୍ୱାନ ଓ ଆବଶ୍ୟକତା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ବକ୍ତା ଡଃ ମଧୁମତୀ ରଥ କହିଥିଲେ ଯେ ଶିଳ୍ପୀମାରେ ସଶକ୍ତ ହେବା ସହ ଆମ ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ । ଶ୍ରେଷ୍ଠ କଳାକୃତି ପାଇଁ ଜ୍ଞାନରଞ୍ଜନ ସାହୁ,ରୀତିକା ଋତୁସ୍ମିତା,ଶ୍ରୀତମ ସ୍ୱରୂପ ଦାସ,ସୂର୍ଯ୍ୟ ପ୍ରସାଦ ବେହେରା ଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ପ୍ରଦର୍ଶନୀକୁ ଅଧ୍ୟାପିକା ମୁକ୍ତା ମିଶ୍ର,ଶିଳ୍ପା ରାୟ,ଲକ୍ଷ୍ମଣ କୁମାର ଭୋଇ ଓ ରମେଶ କୁମାର ପରିଚାଳନା କରିଥିବା ବେଳେ ପ୍ରଫେସର ସରୋଜ କୁମାର ମହାପାତ୍ର ଧନ୍ୟବାଦ ଅପ୍ରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ