ରକ୍ତଦାନ ଶିବିର ଅନୁଷ୍ଠିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ସଙ୍କଟ ଦେଖାଦେଇଛି । ଗ୍ରୀଷ୍ମ ଋତୁ ଚାଲିଛି ।ଡ଼ହ ଡ଼ହ ଖରା ।ଏହି ଋତୁରେ ପ୍ରବଳ ତାତି ଯୋଗୁଁ ରକ୍ତଦାନ କରିବାକୁ କେହି ଉତ୍ସାହ ଦେଖାନ୍ତି ନାହିଁ ।ରକ୍ତ ସଙ୍କଟ ଯୋଗୁଁ ଥାଲାସେମିଆ ରୋଗୀ,ବୟସ୍କ ରକ୍ତ ହୀନ ଲୋକ,ଦୁର୍ଘଟଣାଗ୍ରସ୍ତ ଲୋକ,ପ୍ରସୂତି ମହିଳାମାନେ ବହୁ ହଇରାଣ ହରକତ ହେଉଛନ୍ତି ।ଏହାକୁ ହୃଦୟଙ୍ଗମ କରି ରାଇରଙ୍ଗପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ରକ୍ତଦାତା ତଥା ମୟୂରଭଃଜ ଜିଲ୍ଲା ଡ୍ରଗିଷ୍ଟ ଏଣ୍ଡ କେମିଷ୍ଟ ଆସୋସିଏସନ୍ ଜିଲ୍ଲା ସଭାପତି ବିକାଶ ମହାନ୍ତ ମଇ ୩ ତାରିଖ ତଥା ରାଜ୍ୟ ଡ୍ରଗିଷ୍ଟ ଆସୋସିଏସନର ବରିଷ୍ଠ ସଦସ୍ୟ ସ୍ବର୍ଗତ ପ୍ରବୀର ଦାସଙ୍କ ୧୦ ମ ଵାର୍ଷିକ ଶ୍ରଦ୍ଧା ସୁମନ ଅବସରରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ ।ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରର ରକ୍ତଦାନ ଭଣ୍ଡାର ଗୃହରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ ।ଏଥିରେ ୪୨ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ମୟୂରଭଂଜ ଜିଲ୍ଲାର ବିଶିଷ୍ଟ ଯୁବ ସମାଜସେବୀ ଦେବଵ୍ରତ ହୋତା,ଅଭୟ ମହାନ୍ତ,ମୁକେଶ ଅଗ୍ରଓ୍ବାଲା,ଗୌରବ ଅଗ୍ରଓ୍ବାଲା, ସୁରଜ୍ ସିଂ,ନରେନ୍ଦ୍ର ମହାନ୍ତ,ରମେଶ ଅଗ୍ରଓ୍ବାଲା,ବିଶ୍ଵଜିତ ଗିରି,ନରେଶ ବେହେରା,ବାବୁଲି ଶାମସୁନ୍ଦର ମଣ୍ଡଳ,ଅନୁପମ ଦାସ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।ରକ୍ତଭଣ୍ଡାର ଅଧିକାରୀ ଡ଼ାଃ ଏସ ଏଲ ସିଂ ଏବଂ ରକ୍ତ ଭଣ୍ଡାରରସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ.


