ଶାସଙ୍ଗ ହାଇସ୍କୁଲରେ ପୋଷାକ ବଣ୍ଟନ ଉତ୍ସବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ହାଇସ୍କୁଲ ଠାରେ ପୋଷାକ ଓ ଜୋତା ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ନବ କିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ହାଟଡିହି ବ୍ଲକର ଏ.ବି.ଇ.ଓ ତଥା ବି.ଆର.ସି.ସି. ସୁରେଶ କୁମାର ଜେନା ଯୋଗଦେଇ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଏହି ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ୮ମ ଶ୍ରେଣୀର ୮୫ଜଣ ଛାତ୍ରଛାତ୍ରୀଙ୍କୁ ଦୁଇହଳ ଲେଖାଏଁ ପୋଷାକ ଓ ହଳେ ଲେଖାଏଁ ଜୋତା ବଣ୍ଟନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ଶିଶିର କୁମାର ବିଶ୍ୱାଳ, ଳକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପ୍ରଦିପ କୁମାର ସ୍ୱାଇଁ, କର୍ମଚାରୀ ରମେଶ ଚନ୍ଦ୍ର ନାୟକ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


