ମସଜିଦର ‘ବାଗେରହାଟ’

ବା˚ଲାଦେଶ ଅନ୍ତର୍ଗତ ବାଗେରହାଟ ଜିଲ୍ଲାରେ ‘ବାଗେରହାଟ ମସ୍‌ଜିଦ ସହର’ ଅବସ୍ଥିତ। ୧୯୮୫ରେ ଏହା ବିଶ୍ବ ଐତିହ୍ୟ ମାନ୍ୟତା ପାଇଥିଲା। ଏହାକୁ ମସ୍‌ଜିଦ ସହର କୁହାଯିବାର କାରଣ, ଏଠାରେ ଗୁଡ଼ିଏ ସୁନ୍ଦର ମସ୍‌ଜିଦ ରହିଛି। ସେଗୁଡ଼ିକ ହେଲା- ଷାଠିଏ ଗମ୍ବୁଜ ମସ୍‌ଜିଦ, ନଅ ଗମ୍ବୁଜ ମସ୍‌ଜିଦ, ସି˚ଗୈର ମସ୍‌ଜିଦ, ଖାନ ଜହାନ ମକବରା, ବୀବୀ ବେଗନୀ ମସ୍‌ଜିଦ, ଚୂନା ଖୋଲା ମସ୍‌ଜିଦ, ରୋନବିଜୟପୁର ମସ୍‌ଜିଦ। ପଞ୍ଚଦଶ ଶତାବ୍ଦୀରେ ବ˚ଗର ଶାସକ ସୁଲତାନ ମହମୁଦ ଶାହ, ନିଜର ତୁର୍କ‌ ସେନାଧିକାରୀ ଉଲୂଗ ଖାନ ଜହାନ ଓରଫ ଖାନ ଜହାନ ଅଲୀଙ୍କୁ ସୁନ୍ଦରବନ ଅଞ୍ଚଳର ଶାସନ ଭାର ଅର୍ପଣ କରିଥିଲେ। ସୁନ୍ଦରବନ ସମୁଦ୍ର ତଟଠାରୁ ପ୍ରାୟ ଷାଠିଏ କିଲୋମିଟର‌ ଦୂରରେ ବାଗେରହାଟ ସହର ବସାଇଥିଲେ ଉଲୂଗ ଖାନ। ସହର ନିକଟରେ ଭୈରବ ନଦୀର ଶାଖା ମୋରିବୁ˚ଡ଼ ପ୍ରବାହିତ। ସହରର ମୂଳ ନାମ- ଖଲିଫତାବାଦ। ଷୋଡ଼ଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ଏହି ନାମ ପ୍ରଚଳିତ ଥିଲା। ବାଗେରହାଟର ସମସ୍ତ ମସ୍‌ଜିଦ ଇଟାରେ ଗଢ଼ା। ଉଲ୍ଲେଖଯୋଗ୍ୟ ଯେ, ବଙ୍ଗରେ ସୁଲତାନ ଶାସନ କାଳରେ ବାଗେରହାଟ ଏକ ଶିଳ୍ପ ନଗରୀ ଥିଲା। ଏଠାରେ ମୁଖ୍ୟତଃ ଧାତବ ମୁଦ୍ରା ତିଆରିକରାଯାଉଥିଲା। ଚାରି ପାଖର ପରିବେଶ ଜଙ୍ଗଲପୂର୍ଣ୍ଣ ଓ ଦୁର୍ଗମ ଥିଲା। ମହାବଳ ବାଘ ସ˚ଖ୍ୟା ବହୁତ ଅଧିକ ଥିଲା। କାଳକ୍ରମେ ଜଙ୍ଗଲ ଧ୍ବ˚ସ ହୋଇଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ