“ବିଜୁବାବୁ” ଙ୍କୁ ଆପଣଙ୍କର ନିତୀ ଗତ ପ୍ରଶ୍ନ

ବିରୋଧରେ ବି ପ୍ରତିବାଦ କରିଛି । ମୁଁ ସେଇମାନଙ୍କ ମଧ୍ୟରେ ଜଣେ ନୁହେଁ ଯିଏ ଆପଣଙ୍କ ମୁଁହରେ ପ୍ରଶଂସା କରି ବାହାରେ ଆପଣଙ୍କର ନିନ୍ଦା ଗାନ କରିବି । ଯିଏ ଆପଣଙ୍କ ସାମନାରେ ଆପଣଙ୍କର ଭୂଲକୁ କହି ବାହାରେ ଆପଣଙ୍କ ସମ୍ମାନକୁ ରକ୍ଷାକରେ । ଏହା ଛଡା ଗତ ୧୦ ବର୍ଷର କେତେକ ଘଟଣା ମୋ ମନକୁ ଆସିଯାଉଛି । ତାଙ୍କୁ ଆପଣଙ୍କ ମନକୁ ଆଣିବା ଉଚିତ ମନେ କରୁଛି । କଂଗ୍ରେସ କୁଶାସନ ବିରୁଦ୍ଧରେ କିଏ କେତେ ସାହସିକତା ପ୍ରଦର୍ଶନ କରିଛନ୍ତି ତାକୁ ବ୍ୟାଖ୍ୟା କରିବାକୁ ମୁଁ ଯାଉନାହିଁ । ଗତ ୧୦ ବର୍ଷ ମଧ୍ୟରେ ଆମ ଦଳ ପାଂଚ ଛଅଟି ଉପ ନିର୍ବାଚନରେ ସାମନା କରିଥିଲା । କେଉଁଝର, ଖୋର୍ଦ୍ଧା, କାକଟପୁର ଉପ ନିର୍ବାଚନ, ତା ପରେ କେନ୍ଦ୍ରାପଡା ଲୋକସବା ଉପ ନିର୍ବାଚନ ଓ ସବୁଠାରୁ ବଡ ଆହ୍ୱାନ ଥିଲା ରାଇରଙ୍ଗପୁର ଉପନିର୍ବାଚନ ଆମେ ଯେତେବେଳେ ଏହି ନିର୍ବାଚନରେ ବନ୍ଧୁକ ଓ ତଡାପାହାରକୁ ସାମନା କରି ଜୀବନକୁ ବାଜି ଲଗାଇ ଲଢୁଥିଲେ ସେତେବେଳେ ଆଜିକାଲି ସାହସିକତା ଓ ଭୀରୁତା ସମ୍ପର୍କରେ ମନ୍ତବ୍ୟ ଦେଉଥିବା ବନ୍ଧୁମାନେ କେଉଁଠି ଲୁଚିଥିଲେ ? ଆପଣ ତାର ଖବର ନିଶ୍ଚୟ ରଖିଥିବେ । କେବଳ ବଡ ପାଟିରେ କହିବା, ଅନ୍ୟକୁ ଯୋରରେ ଗାଳି ଦେବା ଓ ଲଢେଇର ସାମନା କଲାବେଳେ ଘରେ ଲୁଚି ରହିବା ଯଦି ଆପଣଙ୍କ ମାପ କାଠିରେ ସାହସିକତା, ତେବେ ମୁଁ ମୋର ଭିରୁତା ପାଇଁ କ୍ଷମା ମାଗି ନେଉଛି । ଏହା ଥିଲା “ବିଜୁବାବୁ” ଙ୍କୁ ଆପଣଙ୍କର ନିତୀ ଗତ ପ୍ରଶ୍ନ ।ମୁଁ ଏବେ ଆପଣଙ୍କୁ ନିତୀଗତ ପ୍ରଶ୍ନ୍ନର ଉତ୍ତର ଦେବା ପାଇଁ ଆହ୍ୱାନ ଦେଉଛି । ଆପଣ ଯେଉଁ ମୁହଁରେ କଂଗ୍ରେସ ଦଳରେ ଯୋଗଦେଇ କେନ୍ଦ୍ରରେ “ରାଷ୍ଟ୍ରମନ୍ତ୍ରୀ’ ପାହ୍ୟାର ଦାୟିତ୍ୱ ନେଇଛନ୍ତି ତାହା ମୁଁ କାହିଁକି କୌଣସି ଲୋକ ମଧ୍ୟ ଆପଣଙ୍କ ପାଇଁ ବିସ୍ମିିତ ହେବାର ନାହିଁ । ମୁଁ ମଧ୍ୟ ଆପଣଙ୍କୁ ପତ୍ର ଲେଖିବା ପାଇଁ ବାଧ୍ୟ ନ ଥିଲି । କାରଣ ଆପଣ “ବିଜୁବାବୁ”ଙ୍କ ଭଳି ସ୍ୱାଭିମାନୀ କିମ୍ବା ଜାତୀୟ ସ୍ତରର ବା ରାଜ୍ୟ ସ୍ତରୀୟ ନେତା ନୁହଁନ୍ତି । ଆପଣ ଯେଉଁ ନିତୀଗତ ପ୍ରଶ୍ନ ଉପରେ “ବିଜୁବାବୁ” ଙ୍କୁ ପ୍ରଶ୍ନ ପଚାରିଥିଲେ ତାହା ଆଜି ଆପଣଙ୍କ ରାଜନୈତିକ ଚରିତ୍ରରେ କିଭଳି ବଦଳିଗଲା? ଏବେ କ’ଣ ଆପଣଙ୍କ ଆଖି ଆଗରେ ସୋନିଆ ଗାନ୍ଧୀ ଛୁଆଁ ନା ଅଛୁଁଆ ? ଆପଣଙ୍କର ଯଦି “ବିଜୁବାବୁ”ଙ୍କ କଳାରୁ ଟିକିଏ ମଧ୍ୟ ପାଇଥାନ୍ତେ ତେବେ ମେରୁଦଣ୍ଡ ବିହୀନ “ରାଷ୍ଟ୍ରମନ୍ତ୍ରୀ’ ହେବା ପାଇଁ ଶପଥ ନେବାକୁ କଂଗ୍ରେସିଆଙ୍କ ପଛରେ ଗୋଡାଇ ନ ଥାନ୍ତେ । ଆପଣ କେଉଁ ମୁହଁରେ ଏଭଳି ବିଚାର କରିଛନ୍ତି ତାହା ଆମ୍ଭେ ଜାଣି ନାହୁଁ “ବିଜୁବାବୁ”ଙ୍କୁ ଏଭଳି ପ୍ରଶ୍ନ ପଚାରିଥିବା ଚରିତ୍ର ଅତ୍ୟନ୍ତ ମାରାତ୍ମକ । କଂଗ୍ରେସର ଭ୍ରଷ୍ଟାଚାର କୁଶାସନ ବିରୁଦ୍ଧରେ ଲଢେଇ କରିଥିବା ବ୍ୟକ୍ତି ଏବେ କଂଗ୍ରେସର ଚାମଚା ବନି ଯାଇଛନ୍ତି ତାହା କ’ଣ ମିଥ୍ୟା ଅଟେ । କେବେଠାରୁ କଂଗ୍ରେସର ନିତୀ, ଆଦର୍ଶ ଆପଣଙ୍କୁ ଭଲ ଲାଗିଲା ତାହା ସର୍ବସାଧାରଣରେ ପ୍ରକାଶ କରନ୍ତୁ? କେବେଠାରୁ କଂଗ୍ରେସ ବାଲା ସେହି ପୂର୍ବ କଳଙ୍କରୁ ଆପଣଙ୍କ ମତରେ ମୁକ୍ତି ପାଇଲେ ତାହା ମୁଁ ବୁଝି ପାରୁ ନାହିଁ । ସୋନିଆଗାନ୍ଧୀଙ୍କୁ ଏପରି ସାର୍ଟିଫିକେଟ ଦେବା ପଛରେ ଆପଣଙ୍କର ନିଶ୍ଚିତ ଭାବରେ ରାଜନୈତିକ ଅଭିସନ୍ଧି ଥିଲା ତାହା ମୁଁ କାହିଁକି ଯେ, କୌଣସି ଲୋକ ସହଜରେ ଅନୁମାନ କରି ପାରିବ । ତାହା ପୁଣି ଆପଣଙ୍କ ରାଜନୈତିକ ଜୀବନରେ କ’ଣ କ୍ଷତି ହୋଇଛି ତାକୁ ଆପଣ ବିଚାରକୁ ନେଇଛନ୍ତି କି ନାହିଁ ତାହା ମୁଁ ଜାଣେନା । କଂଗ୍ରେସର ଭ୍ରଷ୍ଟାଚାର କୁଶାସନ ଆପଣଙ୍କ ମତରେ କେବେଠାରୁ ଲୋପ ପାଇଲା ତାହା ଜଣାଇବା ପାଇଁ ମୁଁ ଆହ୍ୱାନ କରୁଛି । ଆପଣଙ୍କର ସାହସିକତା ଓ ମାପକାଠିରେ ଆପଣ ଏବେ ନିଜକୁ ମାପିବା ପାଇଁ ସମୟ ଏବେ ଉପନୀତ । ଆପଣଙ୍କର ବିବେକ କ’ଣ ଏବେ କହୁଛି ଯେ, ସ୍ୱାଭିମାନୀ ରାଜନୀତିରେ ବଂଚିବା ପାଇଁ? ସ୍ୱାଭିମାନୀର ଅର୍ଥ କ’ଣ ଯଦି ଆପଣ ବୁଝିଥିବେ ତେବେ ନିଶ୍ଚିତ ଉଚିତ ପଦକ୍ଷେପ ଗ୍ରହଣ କରି ସ୍ୱାଭିମାନୀ ନେତାର ପରିଚୟ ଓଡିଶା ବାସୀଙ୍କୁ ଦିଅନ୍ତୁ? କଂଗ୍ରେସର ବିଭାଜନ ବେଳେ ୧୯୬୯ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ବମ୍ବେ ଅଧିବେଶନକୁ “ବିଜୁବାବୁ” ଗଲାବେଳେ ଆପଣ କାହିଁକି ପ୍ରତିବାଦ କରିଥିଲେ ତାହାର ଜବାବ ଦିଅନ୍ତୁ ? ଏମରଜେନସିରେ ଜେଲରୁ ଫେରିଲା ବେଳେ “ବିଜୁବାବୁ” ସଞ୍ଜୟ ଗାନ୍ଧୀଙ୍କ ସପକ୍ଷରେ ବିବୃତ୍ତି ଦେଲାବେଳେ ଆପଣ କ’ଣ ପାଇଁ ପ୍ରତିବାଦ କରିଥିଲେ ତାହା ସର୍ବସାଧାରଣରେ ପ୍ରକାଶ କରନ୍ତୁ? କଂଗ୍ରେସର କୁଶାସନ ବିରୋଧରେ ଆପଣଙ୍କର ସାହସିକତା ପ୍ରଦର୍ଶନ କରିନାହାଁନ୍ତି କାରଣ, ଆପଣ ସମସ୍ତଙ୍କ ଠାରୁ ସୁବିଧାବାଦୀ ଚରିତ୍ରର ନେତା ଭାବରେ ଚର୍ଚ୍ଚିତ ବ୍ୟକ୍ତି ତାହା ମୁଁ କେବଳ ନୁହେଁ ଯେକୌଣସି ଲୋକ ଏହା କହିପାରିବ ଏଥିରେ ଦ୍ୱିମତ ନାହିଁ । “ବିଜୁବାବୁ” ପ୍ରଧାନମନ୍ତ୍ରୀ ନ ହେବା ପାଇଁ ଆପଣ ତାଙ୍କ ବିରୋଧରେ ପ୍ରଚାର ପତ୍ର ବାଂଟି ଥିଲେ ତତ୍ ସହିତ ଆପଣଙ୍କୁ ଏୟାରପୋର୍ଟରେ ଓହ୍ଲାଇ ନ ଦେବା ପାଇଁ ଆମ୍ଭେ “ବିଜୁବାବୁ”ଙ୍କୁ ପ୍ରବର୍ତ୍ତାଇଥିଲୁ ଏବଂ “ବିଜୁବାବୁ” ଆମ୍ଭଙ୍କୁ ମନା କରିଥିଲେ ତାହା କ’ଣ ଭୂଲ ଅଟେ?ଏଥିପାଇଁ ଆପଣ ଚକ୍ରାନ୍ତ ଜେନା ଏବଂ ବିଜୁ କଂଗ୍ରେସର ନେତା ଭାବରେ ଉପାଧି ପାଇଛନ୍ତି ତାହା କ’ଣ ଜନସାଧାରଣ ଜାଣିନାହାଁନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ଏସବୁ ପ୍ରଶ୍ନର ଉତ୍ତର ଜନସାଧାରଣଙ୍କ ଠାରେ ପ୍ରକାଶ ନ କଲେ ଆପଣଙ୍କୁ କେବେ ହେଲେ “ବିଜୁବାବୁ” କ୍ଷମା ଦେବେ ନାହିଁ । “ବିଜୁବାବୁ”ଙ୍କ ଦେହାନ୍ତ ବେଳେ ଆପଣ ତାଙ୍କ ସହିତ ଥିଲେ ବୋଲି କହିଛନ୍ତି । ତେବେ ଆମ୍ଭେ “ବିଜୁବାବୁ”ଙ୍କୁ ଏୟାରପୋର୍ଟ ଠାରୁ ଆଣିବା ବେଳେ ଆପଣ କେବେ ବି ସାଥିରେ ନ ଥିଲେ କିମ୍ବା ଆମ୍ଭେ ମଧ୍ୟ ଆପଣଙ୍କୁ ସେଠାରେ ଦେଖି ନାହୁଁ ଏହା କେତେ ସତ୍ୟ ପ୍ରମାଣ ଦିଅନ୍ତୁ ବୋଲି ଶ୍ରୀ ସେନାପତି ତାଙ୍କ ଚିଠିରେ ଲେଖି ଉତ୍ତର ଦେବା ପାଇଁ ସର୍ବସାଧାରଣରେ ଘୋଷଣା କରିଛନ୍ତି । “ବିଜୁବାବୁ”ଙ୍କ ଜୟନ୍ତୀ କିମ୍ବା ଶ୍ରାଦ୍ଧ ଦିବସ ଥରୁଟିଏ ମଧ୍ୟ ପାଳନ କରିନାହାନ୍ତି ତାହା କ’ଣ ମିଥ୍ୟା ଅଟେ? ମୋ ପ୍ରଶ୍ନ ଆପଣଙ୍କ ଉତ୍ତର କେବଳ ମୁଁ ନୁହେଁ, ସାରା ଓଡିଶାବାସୀ ଅପେକ୍ଷା କରି ରହିଛନ୍ତି ବୋଲି ପ୍ରଦୀପ ସେନାପତି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ