ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇ ଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା   ରାଜେନ୍ଦ୍ର ଗୌଡ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ  ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ  କୋରେଶୁ ସେଠୀ  ମୁଖ୍ୟ ଅତିଥି, ଅତିରିକ୍ତ ଶିକ୍ଷାଧିକାରୀ ରସାନନ୍ଦ ଘଡେ଼ଇ  ମୁଖ୍ୟ ବକ୍ତା ଏବଂ ଅନ୍ୟତମ ଅତିରିକ୍ତ ଶିକ୍ଷାଧିକାରୀ ବିଶ୍ରବା ପାଇକ, ବ୍ଲକ ଏଲିମେଣ୍ଟାରୀ ଶିକ୍ଷକ ସଂଘ ସଭାପତି  ଗଣେଶ ପାତ୍ର, ସମ୍ପାଦକ ସନ୍ତୋଷ କୁମାର ଗୌଡ , ଭୀଷ୍ମଗିରି କ୍ଳଷ୍ଟରର ସିଆରସିସି  ସରୋଜ କାନ୍ତ ସାହୁ ‌, ପୂର୍ବତନ ସିଆରସିସି  କୋରା ସେଠୀ , ଏସ୍. ଟିକରପଡା କ୍ଳଷ୍ଟରର ସିଆରସିସି  ସରୋଜ କୁମାର ନାୟକ , ପୂର୍ବତନ ସିଆରସିସି  ନରସିଂହ ପ୍ରସାଦ ପାଠୀ , ମଧୁବନ କ୍ଳଷ୍ଟର ସିଆରସିସି  ବାବୁଲାଲ ନାୟକ,  ପ୍ରଧାନ ଶିକ୍ଷକ ‌ ପ୍ରଶାନ୍ତ କୁମାର ପଟ୍ଟନାୟକ, ମନୋଜ କୁମାର ନାୟକ,  ନିଳାଞ୍ଚଳ ପ୍ରଧାନ ,  ହୃଷୀକେଶ ଗୌଡ ,  ଈଶ୍ଵର ଶବର , ଦେବେନ୍ଦ୍ର ପ୍ରସାଦ ନାୟକ ,ତଥା  ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି  ଚିନ୍ତାମଣି ବିଶ୍ଵାଳ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି  ମୋହନ ବିଶ୍ଵାଳ  କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପଠନ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ର କୃତୀ  ଛାତ୍ରୀ ଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ  କରାଯାଇଥିଲା ।  ଶେଷରେ  ଉପସ୍ଥିତ ଅତିଥି ,  ବିଭିନ୍ନ ବିଦ୍ୟାଳୟର ଶିକ୍ଷକ , ପ୍ରଧାନ ଶିକ୍ଷକ ‌, ଶିକ୍ଷକ ସଂଘ କର୍ମକର୍ତ୍ତା , ଗ୍ରାମବାସୀ , ସିଆରସିସି , ପୂର୍ବତନ ସିଆରସିସି ପରିଚାଳନା କମିଟି  ସଭ୍ୟା ସଭ୍ୟ ମାନଙ୍କୁ  ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ