ମା’ବାସନ୍ତୀଙ୍କ ପୂଜା ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ଜଗନ୍ନାଥପୁର-ପାରାଚକସ୍ଥିତ ମା’ ବାସନ୍ତୀଦେବୀଙ୍କ ୭୦ତମ ପୂଜା ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ନିଳମଣୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଓ କୈଳାସ ନାୟକଙ୍କ ନେତୃତ୍ୱରେ ମା’ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଚଳିତବର୍ଷ ପୂଜାକୁ ମହାସମାରୋହରେ ପାଳନ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ଉପଲକ୍ଷେ ଆସନ୍ତା ୨୭ତାରିଖରେ ୧୦୮କଳସ ଶୋଭାଯାତ୍ରା, ୨୮ତାରିଖରେ ମହାଷ୍ଟମୀ ପୂଜା ଉପଲକ୍ଷେ କୁନି ପ୍ରବଚକ କେଶବ ଦାସ ଦ୍ୱିତିକୃଷ୍ଣ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଆସନ୍ତା ୨୯ତାରିଖରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବ । ଚଳିତ ବର୍ଷ ମା’ଙ୍କ ପୂଜା ଉପଲକ୍ଷେ ଅନୁଷ୍ଠିତ ଉତ୍ସବକୁ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅତିଥି ଭାବରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି । ମା’ଙ୍କ ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରାଯିବାକୁ ଅମର ସେଣ ଓ ସଞ୍ଜୟ ନାୟକ ପ୍ରମୁଖ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।


