ଦୋଳ ମହୋତ୍ସବ ଓ ସାଂସ୍କୃତିକ ଶୋଭାଯାତ୍ରା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ସର୍ବପୁରାତନ ସଙ୍ଗୀତ ଶିକ୍ଷା ଅନୁଷ୍ଠାନ ଗୋକୁଳଚନ୍ଦ୍ର ସଙ୍ଗୀତ ସଦନ ପକ୍ଷରୁ ଦୋଳ ମହୋତ୍ସବ-୨୦୨୩ ଅବସରରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ଦର୍ଶନାର୍ଥେ ସଙ୍ଗୀତ ସ୍କୁଲଠାରୁ ବଳଦେବଜୀୟୁ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବୃନ୍ଦାବନରୁ ଆସିଥିବା ମହାନ୍ ସନ୍ଥ ଶ୍ରୀପାଦ ନରହରି ଦାସ ବ୍ରହ୍ମଚାରୀ ବୃନ୍ଦାବନବାସୀଙ୍କ କରକମଳରେ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସମାଜସେବୀ ଇଂ ମୂରଲିଧର ସେଠୀ, ସାମ୍ବାଦିକ ଜଗନ୍ନାଥ ଧଳ, ସମ୍ମାନିତ ଅତିଥି ସରୋଜକାନ୍ତ ସାହୁ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀ ରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରା ସକାଳ ୯ ଘଟିକା ସମୟରେ ସଙ୍ଗୀତ ସ୍କୁଲରୁ ବାହାରି ଶ୍ରୀବଳଦେବଜୀୟୁ ମନ୍ଦିରରେ ପହଞ୍ଚିବା ପରେ ଏକ କ୍ଷୁଦ୍ର ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ସମବାୟବିତ ତଥା ଓଡିଶା ଏକ୍ସପ୍ରେସ୍ର କାର୍ଯ୍ୟକାରୀ ସମ୍ପାଦକ ଅମ୍ବିକା ପ୍ରସାଦ ଦାସଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ବିଶିଷ୍ଟ ସାଂସ୍କୃତିକ ସଂଗଠକ ଡଃ. ଉପେନ୍ଦ୍ର ଶର୍ମାଙ୍କୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନୃତ୍ୟଗୁରୁ ସୁଶ୍ରୀ ଭାନୁପ୍ରିୟା ଖଟୁଆ, ଚନ୍ଦ୍ରଭାନୁ ମେକାପ, ଉମାକାନ୍ତ ଜେନା, ବିଷ୍ଣୁପ୍ରିୟା ସାମଲ, ସଂଯୁକ୍ତା ଦାସ, ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥି, ସୌମ୍ୟା ସଲୋନୀ ବେହେରା, ଭାଗ୍ୟଶ୍ରୀ ଷଡଙ୍ଗୀ, ଗୌତମ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।


