ପୋଲସରାରେ ବିଜୁ ବାବୁଙ୍କ ୧୦୭ତମ ଜୟନ୍ତୀ ପାଳନ
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଏନ.ଏ.ସି. ବସ ଷ୍ଟାଣ୍ଡରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ତମ ଜୟନ୍ତୀ ମାର୍ଚ୍ଚ ୫ ତାରଖ ଦିନ ପାଳନ ହୋଇଯାଇଛି। ପୋଲସରା ବସଷ୍ଟାଣ୍ଡରେ ନୂତନ ଭାବେ ନିର୍ମିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉନ୍ମୋଚନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ, ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ସଂଯୁକ୍ତା ବାଡ଼ତ୍ୟା , ନଗର ବିଜେଡି ମହିଳା ସଭାନେତ୍ରୀ କନକ ରାଉତ, ନଗର ବିଜେଡି ସଭାପତି ରଞ୍ଜିତ କୁମାର ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ସମୀର ଭୂୟାଁ, ଆରତୀ ଦେବୀ, ପୀତବାସ ପ୍ରଧାନ, ବ୍ଲକ ସାଂସଦ ପ୍ରତିନିଧି ପ୍ରତାପ କୁମାର ପ୍ରଧାନ, ନଗର ସାଂସଦ ପ୍ରତିନିଧି ମୋତିରାମ ସାହୁ, ବସନ୍ତ କୁମାର କରଣ, ସୁକାନ୍ତ କୁମାର ଭୂୟାଁ, ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀ ମାନଙ୍କୁ ଫଳ, ବିସ୍କୁଟ, ପାଉରୁଟି ବଣ୍ଟନ କରାଯିବା ପରେ, ଶତାଧିକ ଯୁବକ ମାନଙ୍କୁ ନେଇ ସାଇକେଲ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ସନ୍ଧ୍ୟାରେ କୋଣାର୍କ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମୁହିକ ଶପଥ ପାଠ ହୋଇଥିଲା।