କୁଲାଡ ରେ ବହୁ ପୁରାତନ ଦୋଳ ଯାତ୍ରା ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ତିନିଶହ ବର୍ଷ ପୁରାତନ ଐତିହ ଦୋଳ ଯାତ୍ରା କୁଲାଡ ଠାରେ ଅନୁଷ୍ଠିତ ହୋଇଯାଇଛି l ସତର ସହ ଷାଠିଏ ମସିହା ରୁ ଅନୁଷ୍ଠିତ ହୋଇ ଆସୁଛି ଏହି ମେଳଣ ପର୍ବ l ବକୁଳ ଭୂଷଣ ଆଚରିଆର ଶ୍ରୀ ରଙ୍ଗମ ତିରୁଚିର ପଲ୍ଲୀ ଦକ୍ଷିଣା ଭାରତରୁ ଆସି ନାରାୟଣ ପାଟଣା ରେ ପ୍ରଭୁ ଶ୍ରୀ ନାରାୟଣ ଙ୍କ ମନ୍ଦିର ସ୍ଥାପନ କରିବା ଠାରୁ ଏହି ପୁରାତନ ଯାତ୍ରା ହୋଇ ଆସୁଥିବା ସ୍ଥାନୀୟ ବରିଷ୍ଠ ନାଗରିକ ମାନେ ମତ ପ୍ରକାଶ କରିଛନ୍ତି l ଦଶମୀ ଠାରୁ ଆରମ୍ଭ ହୋଇ ପୁର୍ଣିମା ପର୍ଯ୍ୟନ୍ତ ପଞ୍ଚାଦିନ ଧରି ଏହି ପର୍ବ ପାଳନ କରା ହେଉଅଛି l ଦୋଳ ପୁର୍ଣିମା ଦିନ ଚାରି ଠାକୁର ଶ୍ରୀ ନାରାୟଣ, ଜଗନ୍ନାଥ, ଗୋପୀନାଥ, ରଘୁନାଥ ଙ୍କ ମିଳନ କୁଲାଡ ଠାରେ ବହୁ ଆଡମ୍ବର ର ସହ ହୋଇଥିଲା l ରଜଗୁରୁ ଶ୍ରୀ ତେଜ ନଥାନ୍ ଆୟଙ୍ଗାର ପ୍ରଥମେ ଫଗୁ ପକାଇ ଚାରି ଠାକୁର ଙ୍କ ମିଳନ କରାଇଥିଲେ l ପରେ ସ୍ଥାନୀୟ ବାସିନ୍ଧା ଓ ଭକ୍ତ ମାନେ ଫଗୁ ପକାନ୍ତି, ଚତୁର୍ଦ୍ଧା ମୂର୍ତ୍ତି ଙ୍କ ମିଳନ ପରେ ରାଜାଗ୍ନୀ ଅଗ୍ନି ସ୍ଥାପନ କରାଯାଇଥାଏ l ଉକ୍ତ ଯାତ୍ରା ରେ ମୁଖ୍ୟ ଆକର୍ଷଣ କନ୍ଧମାଳ ଅଂଚଳରୁ ହଜାର ହଜାର କନ୍ଧ ଓ କୁଇ ସମ୍ପରଦାୟ ର ଭକ୍ତଙ୍କ ସମାଗମ ହୋଇଥଏ l ଏଥି ସହ ଏହି ଯାତ୍ରା ରେ ଦେଖିବାକୁ ମିଳିଥାଏ ଗୋବର ତିଆରି ବିଭିନ୍ନ କଣ୍ଢେଇ ଯାହାକି ଉଚ୍ଚବ ର ଶୋଭା ବାର୍ଦ୍ଧନ କରିଥାଏ l ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ ଙ୍କ ତତ୍ୱାବଧାନ ରେ ଯାତ୍ରା ଅନୁଷ୍ଠିତ ହୋଇଥିଲା l ନାରାୟଣ ସ୍ୱାମୀ ଯୁବକ ସଂଘ ସ୍ବେଛାସେବୀ ମାନେ ଯାତ୍ରା ର ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ