ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଚିକା ସଂଘର ବିକ୍ଷୋଭ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ଏହାର ସଫଳ ରୁପାୟନ ନିମନ୍ତେ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ବିଭିନ୍ନ ଦାବୀ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଡି.ଇ.ଓଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ପାଚିକାମାନଙ୍କୁ ମାତ୍ର ୧୪୦୦ ଟଙ୍କାରେ ମାସସାରା ଅକ୍ଳାନ୍ତ ପରିଶ୍ରମ କରି ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇଥାଆନ୍ତି । ତାଙ୍କୁ ଝାଡୁ ମାରିବା , ଘଣ୍ଟା ବଜାଇବା , ବଗିଚାରେ ପାଣି ପକାଇବା , ବନ୍ଦ କରିବା ଆଦି ବିଭିନ୍ନ କାମ କରିବାକୁ ବାଧ୍ୟ କରାଯିବା ସହ ବର୍ଷ ବର୍ଷ ଧରି କାମ କରୁଥିବା ପାଚିକା ମାନଙ୍କୁ ଛଟେଇ କରାଯାଉଛି । ଏହି ସମସ୍ୟାର ସମାଧାନ ସମେତ ପାରିଶ୍ରମିକ ବୃଦ୍ଧି ଆଦି ଦାବି ନେଇ ଶନିବାର କମାପଲ୍ଲୀ ଛକ ଠାରୁ ଜଲ୍ଲା ଶିକ୍ଷାଧିକରୀଙ୍କ କାର୍ଯ୍ୟାଳୟ ପର୍ପ୍ୟନ୍ତ ପାଚିକାଙ୍କ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ରାଜ୍ୟ ସଭାପତି ବିଷ୍ଣୁ ଦାସ , ଜିଲ୍ଲା ସଭାପତି କାର୍ତ୍ତିକ ମହାନ୍ତି , ଲିଲି ପାତ୍ର , ସସ୍ମିତା ସାହୁ , ଗୀତାଞ୍ଜଳୀ ଦାସ , ଏସ. ଦୃପଦୀ , ରାଜେଶ୍ୱରୀ ପ୍ରମୁଖ ଯୋଗଦେଇଥିଲେ ।