ଗ୍ର୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ପ୍ରଶାସନ ପକ୍ଷରୁ ଆଗାମୀ ଗ୍ରୀଷ୍ମ ପ୍ରବାହ ମୁକାବିଲା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉ ସାହେବ ଶିନ୍ଦେ ଏଥିରେ ଅଧ୍ୟକ୍ଷତା କରିବା ସହିତ ଚଳିତ ବର୍ଷ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ମୁକାବିଲା ବାବଦରେ ଉଚିତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ସହର ସମେତ ଜିଲା ବ୍ୟାପୀ ଧାର୍ଯ୍ୟ ସମୟ ମଧ୍ୟରେ ଜଳଛତ୍ର ସ୍ଥାପନ, ସାଧାରଣରେ ସଚେତନତା ସୃଷ୍ଟି, ଅଂଶୁଘାତ ଜନିତ ମୃତ୍ୟୁ କ୍ଷେତ୍ରରେ ଧାର୍ଯ୍ୟ ସମୟ ମଧ୍ୟରେ ଯାଞ୍ଚ ଓ ରିପୋର୍ଟ ପ୍ରଦାନ ଦିଗରେ ଉଚିତ ପ୍ରଦକ୍ଷେପ ନେବାକୁ ଉପସ୍ଥିତ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ଶ୍ରୀ ଶିନ୍ଦେ ପରାମର୍ଶ ଦେଇଥିଲେ । ସେହିପରି ଶ୍ରମିକମାନେ ଯେପରି ଖରାରେ କାର୍ଯ୍ୟ ନ କରିବେ, ଖରାବେଳେ ବସ ଓ ଟ୍ରେକରରେ ଯାତ୍ରୀ ପରିବହନ ବନ୍ଦ କରିବା, ସମସ୍ତ ଜଳ ଉତ୍ସ ଗଭୀର ନଳକୂପ, ହାତମୋଡ଼ା ଟ୍ୟୁବ ୱେଲକୁ ମରାମତି କରିବା, ପଶୁପକ୍ଷୀଙ୍କ ପିଇବା ପାଇଁ ଜଳ ବ୍ୟବସ୍ଥା କରିବା ପ୍ରଭୃତି ଦିଗରେ ଯତ୍ନବାନ ହେବାକୁ ଅଧିକାରୀମାନଙ୍କୁ ଜିଲାପାଳ କହିଥିଲେ । ଅତିରିକ୍ତ ଜିଲାପାଳ ସୁଚାରୁ ବଳ, ବାଲେଶ୍ୱର ଉପଜିଲାପାଳ କୁନାଲ ମୋତିରାମ ଚୌହାନ, ନୀଳିଗିରି ଉପ-ଜିଲାପାଳ ମନ୍ଦରଧର ମହାଳିକ, ଆରଟିଓ ରଶ୍ମିରଞ୍ଜିତ ଦଳବେହେରା, ଡିଏସପି ମାନ ରଂଜନ ଦେଓଙ୍କ ସମେତ ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ