ପ୍ରସିଦ୍ଧ ଭରତପୁର ଦୋଳମେଲଣ ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମରେ ପ୍ରସିଦ୍ଧ ଶ୍ରୀ ଗୋପାଳଜୀଉ ଏବଂ ଶ୍ରୀଦଧିବାବନଜୀଉଙ୍କ ଦୋଳ ମେଲଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖରେ ଏବଂ ଶୁକ୍ରବାର ସୀତାରାମ ମଠ ପଡିଆରେ ବରିଷ୍ଠ ଆଇନ ଅଧିକାରୀ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଦୋଳ ମେଲଣରେ ପ୍ରାୟ ୧୮ଟି ବିମାନ ବାଜା ବଜାଇ, ବାଣ ଫୁଟାଇ ରୋଷଣୀକରି ମେଲଣ ପଡିଆରେ ପହଞ୍ଚି ଥିଲେ । ପ୍ରାୟ ୨ଶହ ବର୍ଷ ପୂର୍ବରୁ ଏହି ପରମ୍ପରା ଚାଲିଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରୀତିନୀତି ଅନୁଯାଇ ବିମାନ ମାନଙ୍କରେ ଥିବା ଠାକୁରମାନଙ୍କୁ ପୂଜାର୍ଚ୍ଚନା ପରେ ଭୋଗଲାଗି କରାଯାଇଥିଲା । ବିମାନ ପୂଜା କାର୍ଯ୍ୟକ୍ରମରେ ଅଧିକାରୀ ରାଜେନ୍ଦ୍ର ଚନ୍ଦ୍ର ଦାଶ, ଅଧିକାରୀ ରସାନନ୍ଦ ଦାଶ ଓ ସରୋଜ କାନ୍ତ ପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରେ ପାରମ୍ପାରିକ ଲୋକକଳା ଘୋଡାନାଚ, ପାଲା ପ୍ରଭୃତି ପରିବେଷଣ କରାଯାଇ ନାମ ସଙ୍କୀର୍ତ୍ତନ କରାଯାଇଥିଲା । ଏହି ଉତ୍ସବରେ ବିଜୟ କିଶୋର ଦାସ,ଚିତ୍ତରଞ୍ଜନ ଦାସ, ସନ୍ତୋଷ କୁମାର ଦାସ, ସୁବୋଧ କୁମାର ଦାସ, ଶିବ ପ୍ରସାଦ ଦାସ, ଧରଣୀଧର ମହାନ୍ତି, ଅରବିନ୍ଦ ମହାନ୍ତି, ଶ୍ରୀଚରଣ ବେହେରା, ଆକୁଳାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ