ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ଡକ୍ଟର ଗଦାଧର ମଲ୍ଲିକଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ଆନୁକୂଲ୍ୟରେ ଗରାପୁରସ୍ଥିତ ଡାକବଙ୍ଗଳା ପରିସରରେ ବିଶିଷ୍ଟ ଗାନ୍ଧୀବାଦୀ, ସମାଜସେବୀ ଓ ଜନନେତା ଡକ୍ଟର ଗଦାଧର ମଲ୍ଲିକଙ୍କ ବିୟୋଗରେ ଏକ ଶୋକ ସଭା ପରିଷଦର ସଭାପତି ଭଜକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଏବଂ ସଂଯୋଜକ ରାଜେଶ ପଣ୍ଡାଙ୍କ ସଂଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ଉତ୍କଳକେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ପୂର୍ବତନ ନଗରପାଳ ଧିରେନ ସାହୁ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ପ୍ରାକ୍ତନ ସରପଞ୍ଚ ଗାୟତ୍ରୀ ମହାନ୍ତି, ଶୈଳେନ୍ଦ୍ର କୁମାର ସ୍ୱାଇଁ, ମହେଶ୍ୱର ଭଦ୍ର, ବ୍ଲକ ମହିଳା ବିଜେଡି ସଭାପତି ସୁମିତ୍ରା ପାଢୀ, ରବିନ୍ଦ୍ର କୁମାର ବାରିକ, ପ୍ରମୋଦ କୁମାର ପ୍ରଧାନ, ଇତିଶ୍ରୀ ମଲ୍ଲ, ଅଧ୍ୟାପକ ଅଜୟ ସାମଲ, ବ୍ଲକ ଉପାଧ୍ୟକ୍ଷ ପ୍ରତାପନାରାୟଣ ମହାପାତ୍ର,ଗୋବର୍ଦ୍ଧନ ମଲ୍ଲିକ, ପ୍ରଦୀପ୍ତ କୁମାର ମହାନ୍ତି, ଦୁଷ୍ମନ୍ତ ମଲିକ, ଲୋହିତ କୁମାର ମହାନ୍ତି, ଗୋବର୍ଦ୍ଧନ ବାରିକ, କାର୍ତ୍ତିକ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କ ଗୁଣାବଳୀ ସମ୍ପର୍କରେ ଅବତାରଣା କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ