ଛତ୍ରପୁର ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ହଜାର ହଜାର ଜନସମାଗମ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ଠାରେ ଚାଲିଥିବା ଛତ୍ରପୁର ମହୋତ୍ସବ-୨୦୧୯ ର ଚତୁର୍ଥ ସନ୍ଧ୍ୟାରେ ବଲିଉଡ ତାରକା ଆସ୍ଥା ଗିଲ୍ ଙ୍କ ଗୀତ ଯାଦୁରେ ନାଚିଲେ ହଜାର ହଜାର ଯୁବକ/ଯୁବତୀଙ୍କ ଠାରୁ ଆରମ୍ଭ କରି କୁନି କୁନି ପିଲା ମାନେ । ଶୀତୁଆ ରାତିରେ ମନଖୋଲି ମଜା ନେଇଥିଲେ ହଜାର ହଜାର ଦର୍ଶକ । କିଏତ ହାତ ହଲାଇ ଏବଂ କିଏ ମୋବାଇଲ ଟର୍ଚ୍ଚ ଲାଇଟ ଲଗାଇ , କିଏ ରୁମାଲ ହଲାଇ ଆସ୍ଥା ଗିଲ୍ ଙ୍କ ଗୀତର ତାଳେ ତାଳେ ନାଚି ଉଠିଥିଲେ । ଏହି ମେଗା ସୋ କାର୍ଯ୍ୟକ୍ରମ ରେ ମହୋତ୍ସବ ସ୍ଥଳ ଏକ ପ୍ରକାର ଜନ ସମୁଦ୍ର ପାଲଟି ଯାଇଥିଲ।। ଆଜି ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ ମାନେ ଅତିଥୀ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ମନ ଖୋଲି ମଜା ଉଠାଇଥିଲେ । ମହୋତ୍ସବର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସମ୍ମାନୀୟ ଅତିଥୀ ଭାବେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଡେପୁଟି କଲେକ୍ଟର ଡଃ.ବିଜୟାନନ୍ଦ ସେଠୀ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆସିଷ୍ଟାଣ୍ଡ କଲେକ୍ଟର ଶରତ କୁମାର ପାତ୍ର ଓ ବିକ୍ରମ ଦୋରା, ଭାରପ୍ରାପ୍ତ ଜିଲ୍ଲା ସସ୍କୃତି ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ, ଅବସର ପ୍ରାପ୍ତ ସଂସ୍କୃତି ବିଭାଗର ସହାକରୀ ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ନିଶଙ୍କ, ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ କୁମାର ଧଳଙ୍କ ବହୁ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ପରେ ଦାସକାଠିଆ, ଚଢେୟା ନାଚ, କ୍ଲାସିକାଲ ଓଡିଶୀ ମିକ୍ସ- ଗଣେଷ ଦାଣ୍ଡବ, ମୋଡେର୍ଣ୍ଣ ଡ୍ୟାନ୍ସ, ଓଡିଶୀ ଡ୍ୟାନ୍ସ (ଅଭିନୟ ସୋଲୋ), ସମ୍ବଲପୁରୀ ନୃତ୍ୟ ସମେତ ବହୁ କାଳାକାର ମାନେ ବିଭିନ୍ନ ପାରମ୍ପରିକ ଲୋକ ନୃତ୍ୟ , ଓଡିଶୀ ନୃତ୍ୟ ଓ ଆଧୁନିକ ନୃତ୍ୟ ପରିବେଶଣ କରିଥିଲେ । ପରେ ଆସ୍ଥା ଗିଲ୍ ଙ୍କ ଦ୍ୱାରା ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଉଦଘାଟନୀ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୁନମୁନ ସିଂ ପରିଚାଳନା କରିଥିଲେ । ସେହିପରି ପୁଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ,ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରି ସମିଷ୍ଠା ପ୍ରଧାନଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଛନ୍ତି । ଏହି ଅବସରରେ ପଲ୍ଲିଶ୍ରୀ ମେଳା ଓ ମୀନା ବଜାରେ କୁନି କୁନି ପିଲାମାନଙ୍କ ଠାରୁ ଆରମ୍ଭ କରି ବହୁ ଜନସାଧାରଣ ଭିଡ ଜମାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ