ଶୋକସଭା ଅନୁଷ୍ଠିତ
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍):ଭଂଜନଗର ପ୍ରାକ୍ତନ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସଂମ୍ପ୍ରତ୍ତି ଭବାନୀପାଟଣା ଠାରେ ଭିଜିଲାନ୍ସ ଜଜ୍ ଭାବେ କାର୍ଯ୍ୟରତ ଥିବା ବିଧାନ କୁମାର ଚାନ୍ଦଙ୍କ ଗତକାଲି ଭୂବନେଶ୍ୱରରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଶ୍ରୀ ଚାନ୍ଦ ଙ୍କ ବିୟୋଗରେ ଶନିବାର ଭଂଜନଗର ବାର ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଜୀବନ କାଳ ମଧ୍ୟରେ ସେ ଜଣେ ମେଧାବି ନିରପେକ୍ଷ , ମାନବିକତା ପ୍ରତି ତାଙ୍କର ସ୍ମୁତିକୁ ମନେପକାଇବା ସହ ସେହି ଅମ୍ଲାନ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏହି ଶୋକସଭାରେ ଭଂଜନଗର ଏଡିଜେ ହେମନ୍ତ କୁମାର ସେଠୀ , ଶ୍ରୀମତି ସ୍ରୋତସ୍ୱିନି କର , ଅତିରିକ୍ତ ସରକାରୀ ଓକିଲ ସନ୍ତୋଷ କୁମାର , ସନ୍ତୋଷ କୁମାର ପଣ୍ଡା, ବିନୟ କୁମାର ରଥ , ସନ୍ତୋଷ କୁମାର ନାୟକ,ଦିବାକର ,ଅଶ୍ୱିନି ପାଣିଗ୍ରାହି , ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପ୍ରମୁଖ ସ୍ୱର୍ଗତ ଚାନ୍ଦଙ୍କ ସ୍ମୃତି ଚାରଣ କରିଥିଲେ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ କାମନା କରିଥିଲେ ।


