ବ୍ରହ୍ମପୁର ସାଂସଦ ପ୍ରାର୍ଥ ଭୃଗୁ ଓ ଛତ୍ରପୁର ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତଙ୍କ ନିର୍ବାଚନ ପ୍ରଚାର ଆରମ୍ଭ
ଛତ୍ରପୁର : ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଛତ୍ରପୁର ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ କୁମାର କର ଆଜି ଛତ୍ରପୁର ନିର୍ବାଚନ ମଣ୍ଡଳୀର ଅଗସ୍ତିନୂଆଗଁ ପଂଚାୟତରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ମୋଦିସରକାରଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ବିଷୟରେ ଘର କୁ ଘର ବୁଲି ଲୋକମାନଙ୍କୁ କହିବାସହ ପଦ୍ମଫୁଲ ଚିହ୍ରେ ଭୋଟ ଦେଇ ଉଭୟ ପ୍ରାଥୀ ବିଜୟୀ କରିବା ନିମନ୍ତେ ଅନୁରୋଧ କରିଥିଲେ । ଏହାସହ ସାନନୋଳିଆନୂଆଗାଁ ଠରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରିଥିଲେ । ଏଥିରେ କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀ, ଭିକାରୀପଲ୍ଲୀ ମଣ୍ଡଳ ସଭାପତି ଗାଣ୍ଡୁଧର ଗୈାଡ, ଗଂଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ରାଜ୍ୟ ବିଜେପି ହରିଜନ ମୋର୍ଚ୍ଚାର ସାଧାରଣ ସଂପାଦକ ଧରଣୀଧର ବେହେରା, ଜିଲ୍ଲା ହରିଜନ ମୋର୍ଚ୍ଚାର ସଭାପତି ଚୈତନ୍ୟ ପ୍ରଧାନ , ବିଜୟ ମୁଦୁଲି, ଏନ୍.ଦୀନବନ୍ଧୁଙ୍କ ପଂଚାୟତ ବହୁ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।


