ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ନୂତନ କର୍ମକର୍ତ୍ତା ମନୋନୀତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଅଢାଳପଙ୍କସ୍ଥିତ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଓଷ୍ଟା ସମ୍ପାଦକ ଶଶୀ ଶେଖର କରଶର୍ମାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସମ୍ମିଳନୀରେ ଓଷ୍ଟାର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅକ୍ଷୟ ହୋତା, ଜିଲ୍ଲା ଓଷ୍ଟା ସଭାପତି ରମାକାନ୍ତ ପରିଡା, ସମ୍ପାଦକ ପ୍ରଦୀପ୍ତ ଦାସ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଗଠନର ସଭାନେତ୍ରୀ ସୁରଜିତା ନାୟକ ଯୋଗ ଦେଇଥିଲେ । ଏହି ଅବସରରେ ଓଷ୍ଟାର ନୂତନ କର୍ମକର୍ତ୍ତା କମିଟି ଗଠିତ ହୋଇଥିଲା । ବ୍ଲକ ସଭାପତି ଭାବେ ନାରାୟଣ ଚନ୍ଦ୍ର ସାମଲ, ଉପସଭାପତି ଅନନ୍ତ ପ୍ରସାଦ ଜେନା, ଶ୍ରୀକାନ୍ତ ପଣ୍ଡା, ସୁମତୀ ନାୟକ, ସମ୍ପାଦକ ଭାବେ ଶଶୀଶେଖର କରଶର୍ମା, ଯୁଗ୍ମ ସମ୍ପାଦକ ଭାବେ ରମେଶ କୁମାର ବେହେରା, ଆନନ୍ଦ ଚନ୍ଦ୍ର ରାଉତ ଓ ବନଲତା ଦାସ, ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ଜଗନ୍ନାଥ ଦ୍ୱିବେଦୀ, ରବିନ୍ଦ୍ର କୁମାର ନନ୍ଦ, ଆଲୋକ କୁମାର ପ୍ରଧାନ, ଜିଲ୍ଲା ଓଷ୍ଟା କାର୍ଯ୍ୟକାରିଣୀ ସଭ୍ୟ ଭାବେ ପୂର୍ଣ୍ଣ ଚନ୍ଦ୍ର କର, ଜଗନ୍ନାଥ ପତି, ନିତ୍ୟାନନ୍ଦ ସାମଲ, ବିଶ୍ୱଜିତ ରାଉତ, କୋଦଣ୍ଡଧର ସେଠୀଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ଭାବେ ଜିଲ୍ଲା ସଭାପତି ରମାକାନ୍ତ ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅକ୍ଷୟ ହୋତା ଦାୟିତ୍ୱ ନିର୍ବାହ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରବିନ୍ଦ୍ର ମୋହନ ମାଝୀ, ନିରଞ୍ଜନ ଜେନା, ସନ୍ତୋଷ କୁମାର ଜେନା, ମନ୍ମଥ ଜେନା, ସିଦ୍ଧେଶ୍ୱର ପଣ୍ଡା, ଆଲୋକ ମୁଖାର୍ଜୀ, ମିହିର କୁମାର ଆଚାର୍ଯ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ