ଅବସରପ୍ରାପ୍ତ ଇଞ୍ଜିନିଅରଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଉଠାଜଳସେଚନ ବିଭାଗରେ ଇଞ୍ଜିନିଅର ଭାବେ ଦୀଘବର୍ଷ ଧରି କାର୍ଯ୍ୟକରି ଗତ ବର୍ଷ ଅବସର ନେଇଥିବା ଇଂ ଜଟାଧାରୀ ପରିଡାଙ୍କ ଆକସ୍ମିକ ବିୟୋଗରେ କେନ୍ଦ୍ରାପଡା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଜିଲ୍ଲାର ପାଟକୁରା ଥାନା ଅଧିନ ବିଚଣା ଗ୍ରାମରେ ଏକ ମଧ୍ୟବିତ ପରିବାରରେ ୧୯୬୨ମସିହାରେ ଜନ୍ମଗ୍ରହଣ କରି ନାନା ଅସୁବିଧା ସତ୍ୱେ ସ୍ୱର୍ଗତ ପରିଡା ଇଞ୍ଜିନିଅରିଂ ପାସ କରିଥିଲେ । ଚାଷୀକୂଳଙ୍କ ସେବାରେ ଉଠାଜଳସେଚନ ବିଭାଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିଷ୍ଠାର ସହିତ କାର୍ଯ୍ୟ ତୁଲାଇ ସେ ପ୍ରଶଂସିତ ହୋଇଥିଲେ । ତାଙ୍କର ଅକ୍ଳାନ୍ତ ପରିଶ୍ରମ ହେତୁ ସେ ଅବସରବେଳକୁ ଅସୁସ୍ଥ ହୋଇପଡିଥିଲେ । ମସ୍ତିଷ୍କାଘାତ ରୋଗରେ ଭୁବନେଶ୍ୱରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା । ତାଙ୍କ ମର ଶରୀରକୁ ପ୍ରଥମେ ଇଛାପୁରସ୍ଥିତ ବାସଭବନ ଓ ପରେ ଜନ୍ମମାଟି ବିଞ୍ଚଣା ଗ୍ରାମକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ