କେନ୍ଦ୍ରାପଡା ଜିଲ୍ଲା ଓକିଲସଙ୍ଘର ଯୁଗ୍ମ ସମ୍ପାଦକ ଭାବେ ପ୍ରତାପ ଚନ୍ଦ୍ର ଦାସ ଅପ୍ରତିଦ୍ୱନ୍ଦୀ ଘୋଷିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ଯୁଗ୍ମ ସମ୍ପାଦକ ଭାବେ ଆଇନଜୀବୀ ପ୍ରତାପ ଚନ୍ଦ୍ର ଦାସ ଅପ୍ରତିଦ୍ୱନ୍ଦୀ ହୋଇଥିବା ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ପତ୍ରୀ ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି । ଏହି ପଦବୀ ନିମନ୍ତେ ଆଇନଜୀବୀ ଶ୍ରୀ ଦାସଙ୍କ ସମେତ ସୁଧିର କୁମାର ପରିଡା ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ଆଇନଜୀବୀ ଶ୍ରୀ ପରିଡାଙ୍କ ନାମାଙ୍କନ ପତ୍ରଟି ତନଖି ôସମୟରେ ନାକଚ ହୋଇଯାଇଥିଲା । ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖରେ କେହି ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକରିବାରୁ ଶ୍ରୀ ଦାସ ଜିଲ୍ଲା ଓକିଲ ସଙ୍ଘର ଯୁଗ୍ମ ସମ୍ପାଦକ ପଦରେ ଏକମାତ୍ର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଜିଲ୍ଲା ଓକିଲ ସଙ୍ଘର କାର୍ଯ୍ୟକାରୀ କମିଟି ସଭ୍ୟ (ପୁରୁଷ) ଭାବରେ ମାନସରଞ୍ଜନ ଶତପଥୀ ଅପ୍ରତିଦ୍ୱନ୍ଦୀ ହୋଇଥିବା ନିର୍ବାଚନ ଅଧିକାରୀ ତାଙ୍କ ବିଜ୍ଞପ୍ତିରେ ଦର୍ଶାଇଛନ୍ତି । ଜିଲ୍ଲା ଓକିଲ ସଙ୍ଘର ଯୁଗ୍ମ ସମ୍ପାଦକ ଭାବେ ଆଇନଜୀବୀ ଶ୍ରୀ ଦାସ ର୍ନିଦ୍ୱନ୍ଦରେ ନିର୍ବାଚିତ ହେବା ସମ୍ପର୍କରେ ସୂଚନା ମିଳିବା ପରେ ବିଭିନ୍ନ ମହଲରୁ ଆଇନଜୀବୀ ଶ୍ରୀ ଦାସଙ୍କୁ ଶୁଭେଛାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ