ଗଞ୍ଜାମ ବ୍ଳକର କାଜୁ ଜଙ୍ଗଲ ଅନୁଧ୍ୟାନ କଲେ ନିଗମ ଅଧ୍ୟକ୍ଷ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକର ବିଭିନ୍ନ କାଜୁ ଜଙ୍ଗଲର ଉନ୍ନତି କରଣ ପାଇଁ ଅନୁଧ୍ୟାନ କରିଛନ୍ତି ରାଜ୍ୟ କାଜୁନିଗମର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା। ଆଜି ସୁବଳୟା ଓ ମଲାଡ଼ ପଞ୍ଚାୟତର ବହାଡ଼ାପଲ୍ଲୀ, ଶତୃସୋଲ, ପୋଡାଗଡ଼ , ଝାଟିପଦର, ରଘୁନାଥପୁର, କାଠଗଡା ପ୍ରମୁଖ ଗ୍ରାମକୁ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣାଙ୍କ ତତ୍ତ୍ୱାବଧାନରେ କାଜୁ ନିଗମ ର ଏକ ଉଚ୍ଚାସ୍ତରୀୟଅଧକାରୀ ମଣ୍ଡଳୀ ପରିଚାଳନା ନିର୍ଦେଶକ ଶ୍ରୀ ସଦାନନ୍ଦ ନାୟକ (ଆଇ ଏ ଏସ ), ଶ୍ରୀ ପ୍ରତାପ କୁମାର ସାହୁ, ସାଧାରଣ ପରିଚାଳକ (ଅର୍ଥ,), ସାଧାରଣ ପରିଚାଳକ (ବୈଷୟିକ ),ସହ ଅନ୍ୟାନ ବରିଷ୍ଠ ଅଧିକାରୀ ମାନେ ବୁଲି ଅନୁଧ୍ୟାନ କରିଥିଲେ। ଏନେଇ ଗ୍ରାମବାସୀ ଓ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ସମୟରେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ପୂର୍ବତନ ସରପଞ୍ଚ ଶ୍ରୀ କେଦାର ନାଥ ସ୍ୱାଇଁ, ଶ୍ରୀ ଅମୁଲ୍ୟ କୁମାର ଦଳାଇ ଉପସ୍ଥିତ ଥିଲେ।