ମୁଜାଗଡ଼ ବନାଞ୍ଚଳରେ ପୁଣି ହାତୀମୃତ୍ୟୁ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବର୍ତ୍ତମାନ ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ଚିନ୍ତା ଜନକ ପ୍ରସଙ୍ଗ ପାଲଟିଥିବା ବେଳେ ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡ ରେ ହାତୀମୃତ୍ୟୁ ଥମିବାର ନାଁ ଧରୁନି।ସୋମବାର ମୁଜାଗଡ଼ ରେଞ୍ଜ୍ ଅଧିନ ବିଞ୍ଜିଗିରି ବିଟ୍ ର ଗମ୍ଭାରୀଗୋଛା ଗାଁ ନିକଟରୁ ଏକ ହାତୀର ମୃତ ଦେହ ଠାବ ହୋଇଥିବା ବେଳେ ବୁଧବାର ସେହି ରେଞ୍ଜ୍ ଅଧିନ ହାତିଗୁଡା ବିଟ୍ ର ତିଲିକି ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ମାଇ ହାତୀର ଗଳିତ ଶବ ଉଦ୍ଧାର ହୋଇଛି।ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ହାତୀ ହାତୀ ମଧ୍ୟରେ ଲଢେଇ କାରଣରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।ଡହ ସେକ୍ସନର ତିଲିକି ସଂରକ୍ଷିତ ଜଙ୍ଗଲରେ ହାତୀ ର ମୃତ ଦେହ ପଡିଥିବା ଖବର ପାଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା,ଏସିଏଫ୍ ବିକ୍ରମ ଦେବ୍ ପଟ୍ଟନାୟକ, ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ,ବନପାଳ ଟୁନା ମଳିକଙ୍କ ସମେତ ବନ ବିଭାଗର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ।ଅପରାହ୍ନ ରେ ଭୁବନେଶ୍ୱର ରୁ ଆସିଥିବା ଯୁଗ୍ମ ଟାକ୍ସଫୋର୍ସ ଅଧିକାରୀ ଙ୍କ ଉପସ୍ଥିତିରେ ପଶୁ ଡାକ୍ତରୀ ଦଳ ତତ୍ବାବଧାନରେ ବ୍ୟବଛେଦ କରାଯାଇ ନିକଟରେ ଗାତ ଖୋଳି ପୋତାଯାଇଛି।ହାତୀ ହାତୀ ମଧ୍ୟରେ ଲଢେ଼ଇ କାରଣରୁ ମାଇ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ