ପୋଲସରାରେ ଡ୍ରାଇଭର ସଙ୍ଘ ପକ୍ଷରୁ ଧାରଣା

ପୋଲସରା, (ଅନିଲ କୁମାର ମହାରଣା):ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ୧୦ ଦଫା ଦାବୀ ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ ଜଣାଇ ପୋଲସରା ଡ୍ରାଇଭର ସଙ୍ଘ ପକ୍ଷରୁ ପୋଲସରା ବସଷ୍ଟାଣ୍ତରେ ସମସ୍ତ ଡ୍ରାଇଭର ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ କରିବା ସହିତ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିବା ଜଣାପଡିଛି। ଆଜି ପୋଲସରା ଡ୍ରାଇଭର ମହାସଂଘ ପକ୍ଷରୁ ଚିରିକିପଡା ଶାସନ ଲଙ୍ଗେଳେଶ୍ବର ଶୈବ ପୀଠରୁ ଏକ ରାଲୀରେ ବାହାରି ପୋଲସରା ଲୁଣିଘାଟି ପଡିଆରେ ପହଞ୍ଚି ପଦଯାତ୍ରାରେ ବାହାରି ପୋଲସରା ସହର ପରିକ୍ରମା କରି ପୋଲସରା ବସଷ୍ଟାଣ୍ଡ ଠାରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ।ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ବହୁବାର ଏଭଳି ୧୦ ଦଫା ଦାବୀପତ୍ର ଦେଇଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ଯୋଗୁଁ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୋଲିଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟ ସମେତ ପୋଲସରା ସଂଘ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଅଛି। ମାର୍ଚ୍ଚ ୧୫ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ବ୍ଳକରେ ଡ୍ରାଇଭର ମାନେ ଏକତ୍ରିତ ହୋଇ ବସଷ୍ଟାଣ୍ଡ ପରିସରରେ ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ କରିଛନ୍ତି। ଡ୍ରାଇଭର ମାନଙ୍କ ୧୦ ଦଫା ଦାବୀକୁ ସରକାର ପୁରଣ ନକରିବା ପର୍ଯ୍ଯନ୍ତ ଏଭଳି ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ ଜାରିରହିବ ବୋଲି ପୋଲସରା ଡ୍ରାଇଭର ସଂଘ ପ୍ରକାଶ କରିଛନ୍ତି। ସଙ୍ଘର ସଭାପତି ନାରାୟଣ ଗୌଡ, ଉପସଭାପତି ବିକାଶ ପ୍ରଧାନ, ସମ୍ପାଦକ ସନ୍ତୋଷ ବେହେରା, ସହସମ୍ପାଦକ ଗୋଲଖ ଜେନା, କୋଷାଧ୍ୟକ୍ଷ ମଙ୍ଗୁଳୁ ପ୍ରଧାନ, ଉପଦେଷ୍ଟା ମୁନା ବିଷୋୟୀଙ୍କ ସମେତ ସଂଘର ଅନ୍ୟ ଡ୍ରାଇଭର ବୃନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ