ପରଲୋକରେ ଘଟତକଚ
ପୋଲସରା, (ଅନିଲ ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ବେଲଗାଁ ଗ୍ରାମପଂଚାୟତ ଅନ୍ତରଗତ ଡିମ୍ବିରିଆ ଗ୍ରାମର ବଡ଼ସାହି ନିବାସୀ ଶତ୍ରୁଘନ ସାହୁଙ୍କ ବୁଧବାର ପୂର୍ବାହ୍ନ ପ୍ରାୟ ଦଶଘଣ୍ଟା ତିରିଶ ମିନଟ ସମୟରେ ପରଲୋକ ହୋଇଯାଇଛି, ସେ ଗତ କିଛି ଦିନ ଧରି ବାଧ୍ୟ୍ୟକ ଜନିତ ରୋଗରେ ପୀଡିତ ଥିବା ସହ ଶଯ୍ୟାଶାୟୀ ଥିଲେ, ସେ ଜଣେ ମିଷ୍ଟ ଭାସି, ପରାଉପକାରୀ, ସମାଜ ସେବି, ଗ୍ରାମ୍ୟ କମିଟି ସଭାପତି, ରାଜଶ୍ରୀ ବଳାସି ସମାଜ ସଭାପତି ତଥା ଜଣେ ଶେଷ୍ଟ ମଞ୍ଚ କଳାକାର ଭାବେ ପରିଚିତଥିଲେ, ସତୁରି ଦଶକରୁ ନବେ ଦଶକ ମଧ୍ୟରେ, ଜଣେ କଳାକାର ଭାବେ ମଞ୍ଚନାଟକରେ ବିଭିନ୍ନ ଭୂମିକାରେ ଅଭିନୟ କରି ସାଧାରଣରେ ବହୁ ଲୋକ ପ୍ରିୟ ହୋଇ ପାଇରିଥିଲେ, ସେତେବେଳେ ସେ ଘଟତକଚ ଭୂମିକା ଓ ରକ୍ତ ଚାବୁକର ମାଲିକ ଅନନ୍ତ ଡାକୁ ଭୂମିକାରେ ଅଭିନୟ କରି ଜନମାନସରେ ବେଶ ପରିଚିତ ହୋଇ ପାରିଥିଲେ, ତାଙ୍କର ନିଖୁଣ କଳା ପରିବେଷଣ ଯୋଗୁ ତାଙ୍କୁ ଘଟତକଚ ନାମରେ କଳାପ୍ରେମୀ ମାନେ ଜାଣୁଥିଲେ, ମୂର୍ତ୍ୟ ବେଳକୁ ତାଙ୍କୁ ପ୍ରାୟ ବୟାଅସି ବର୍ଷ ବୟସ ହୋଇଥିଲା, ତାଙ୍କ ମର ଶରୀର ନିକଟରେ ତାଙ୍କର ପୁତ୍ର କୃଷ୍ଣ ଚନ୍ଦ୍ର ସାହୁ, ପୁତ୍ରବଧୂ, ଚାରିଝିଅ, ଜ୍ୱାଇଁ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ, ତାଙ୍କୁ ମର ଶରୀରକୁ ଶେଷ ଦର୍ଶନ କରିବାପାଇଁ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କ ଘରକୁ ଯାଇଥିବା ବେଳେ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ, ଗ୍ରାମ ନିକଟ ବାଘୁଆ ନଦୀ ତଟସ୍ଥ ଶଶାନରେ ତାଙ୍କର ଶେଷକୃତି ହୋଇଥିଲା.


