ଅଟୋରିକ୍ସା ସମନ୍ୱୟ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବିକୁ ନେଇ ବାଲେଶ୍ୱର ଅଟୋ ରିକ୍ସା ସମନ୍ୱୟ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସମନ୍ୱୟ ସମିତି କର୍ମକର୍ତ୍ତା ପ୍ରେମରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ରଙ୍କୁ ସାକ୍ଷାତ ସହ ସହର ମଧ୍ୟରେ ଚଳାଚଳ କରୁଥିବା ଅଟୋ ରିକ୍ସା ଚାଳକଙ୍କ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଅଲୋଚନା କରିଥିଲେ । ବିଶେଷ କରି ଅଟୋ ରିକ୍ସା ଚାଳକଙ୍କୁ ପରିବହନ ଶ୍ରମିକର ମାନ୍ୟତା ପ୍ରଦାନ ସହ ସେମାନଙ୍କୁ ମାସିକ ସର୍ବନିମ୍ନ ୨୬ହଜାର ଟଙ୍କାର ଦରମା ପ୍ରଦାନ ପାଇଁ ଶ୍ରୀ ପାତ୍ର ଦାବି ଉପସ୍ଥାପନ କରିଥିଲେ । ଏହା ସହିତ ଅଟୋ ରିକ୍ସା ଚାଳକଙ୍କ ଅବସରକାଳୀନ ୧୦ହଜାର ଟଙ୍କା ପେନସନ, ଦୁର୍ଘଟଣା ଜନିତ ବୀମା ଅର୍ଥାତ ଅଟୋ ଚଳାଉଥିବା ବେଳେ ଦୁର୍ଘଟଣାରେ ମୃତ ଚାଳକଙ୍କୁ ୨୦ଲକ୍ଷ ଟଙ୍କା ଓ ବିକଳାଙ୍ଗ ହେଲେ ୧୦ଲକ୍ଷ ଟଙ୍କା କ୍ଷତିପୂରଣ, ଅଟୋ ଚାଳକଙ୍କୁ ଇପିଏଫ ଓ ଇଏସଆଇ ଯୋଜନାରେ ଅନ୍ତର୍ଭୁକ୍ତ ପ୍ରଭୃତି ସହିତ ଅଟୋ ଚାଳକଙ୍କ ପାଇଁ ଏକ କଲ୍ୟାଣ ବୋର୍ଡ ଗଠନ ପାଇଁ ସମନ୍ୱୟ ସମିତି କର୍ମକର୍ତ୍ତାମାନେ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ନିରଞ୍ଜନ ସାହୁ, କମଳା ବାରିକ, ତରୁଣ ସେନାପତି, ପରମେଶ୍ୱର ଶିଅଳ, ନିକୁଞ୍ଜ କୁମାର ପରିଡା, ଅଶୋକ ରାଉତ, ନିଶାକର ମହାପାତ୍ର, ଦିଲ୍ଲୀପ କୁମାର ମହାନ୍ତି, ମୋହନଚାନ୍ଦ ମହାନ୍ତ, ଦୀନବନ୍ଧୁ ମହାନ୍ତ, ଶେଖ ଇସମାଇଲ, ନୀଲେଶ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।


