ତୁଳସୀକ୍ଷେତ୍ର ପଣ୍ଡିତସଭାର ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ତୁଳସୀକ୍ଷେତ୍ର ପଣ୍ଡିତସଭାର ଏକ ବୈଠକ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ସଭାପତି ପଣ୍ଡିତ ଧ୍ରୁବ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପଣ୍ଡିତ ପ୍ରଭାକର ଆଚାର୍ଯ୍ୟ ବେଦପାଠ କରିଥିଲେ । ଜିଲ୍ଲାର ପ୍ରତ୍ୟେକ ବ୍ଲକ ସ୍ତରରେ ବୈଠକ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେହି ଅନୁଯାୟୀ ଆସନ୍ତା ଅପ୍ରେଲମାସ ୨ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ ଏବଂ ୧୬ତାରିଖରେ ମାର୍ଶାଘାଇ ବ୍ଲକରେ ପଣ୍ଡିତସଭାର ବ୍ଲକ ସ୍ତରୀୟ ବୈଠକ କରାଯିବାକୁ ସ୍ଥିର କରାଯାଇଥିଲା । ଯୁଗ୍ମ ସମ୍ପାଦକ ସତ୍ୟନାରାୟଣ ପତ୍ରୀ ଆଭିମୁଖ୍ୟ ଜ୍ଞାପନ କରିଥିବା ବେଳେ ଅନ୍ୟତମ ଯୁଗ୍ମ ସମ୍ପାଦକ ପଣ୍ଡିତ ସୁବାଷ ଚନ୍ଦ୍ର ପାଣି ନିୟମାବଳୀ ପାଠ କରିଥିଲେ । ଶେଷରେ ପଣ୍ଡିତ ଅକ୍ଷୟ କୁମାର ପତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଧବ ଚନ୍ଦ୍ର ପତ୍ରୀ, ତ୍ରିଲୋଚନ ମିଶ୍ର, ହରିହର ଶତପଥୀ, ପ୍ରଫୁଲ୍ଲ କୁମାର ପତି, ହୃଷିକେଶ ପତି, ହରେକୃଷ୍ଣ ପତି, ନାରାୟଣ ଚନ୍ଦ୍ର ପଣ୍ଡା, ମୁରଲୀଧର ଷଡଙ୍ଗୀ, ସୁବାଷ ଚନ୍ଦ୍ର ପାଣି, ଭଗବାନ ସାହୁ, ପିତାମ୍ବର ଲେଙ୍କା, ଅଦୈତ ରାଉତ, ସଚିଦାନନ୍ଦ ଦାସ ଗୈାସ୍ୱାମୀ, କୁଳମଣି ପଣ୍ଡା, ଦାମୋଦର ରାଉତ, ପ୍ରସନ୍ନ କୁମାର ଷଡଙ୍ଗୀ, ଅକ୍ଷୟ କୁମାର ପତ୍ରୀ, ରମାକାନ୍ତ ପତି, କୃଷ୍ଣଚନ୍ଦ୍ର ନାୟକ, ତପନ ଦାଶ, ବ୍ରଜସୁନ୍ଦର ମିଶ୍ର, ନରେନ୍ଦ୍ର କୁମାର ତ୍ରିପାଠୀ, ପ୍ରସନ୍ନଜିତ ପଣ୍ଡା, ଅଦୈତ ପ୍ରସାଦ କର, କୈଳାସ ଚନ୍ଦ୍ର ଦାଶ, ପ୍ରମୋଦ କୁମାର ତ୍ରିପାଠୀ, ଜଗନ୍ନାଥ ପ୍ରସାଦ ଉପାଧ୍ୟାୟ, ନୃସିଂହ ଚରଣ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ପତି, ରଶ୍ମୀରେଖା ରାଉତ, ନୃସିଂହ ଚରଣ ପତି, ନିରଞ୍ଜନ ପତି, ମହେଶ୍ୱର ପାଣି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ