ଜନକଲ୍ୟାଣ କ୍ଲବ ପକ୍ଷରୁ ଫଗୁଣ କବିତା ଆସର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଜନକଲ୍ୟାଣ କ୍ଲବ’ ଆନୁକୂଲ୍ୟରେ ୟୁନିଟ୍-୯ସ୍ଥିତ କ୍ଲବ ପରିସରରେ ଫଗୁଣ କବିତା ଆସର ଓ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏକ ସରସ, ସୁନ୍ଦର ଓ ସ୍ୱଚ୍ଛ ଦେଶ ଗଠନ ପାଇଁ ଯୁବକମାନେ ନିଷ୍ଠାପର ଭାବରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ଉପସ୍ଥିତ କବି ଓ କବୟିତ୍ରୀମାନେ ସେମାନଙ୍କ ସୃଷ୍ଟି ମାଧ୍ୟମରେ ଓଡ଼ିଶା ସାରସ୍ୱତ ଜଗତକୁ ରୁଦ୍ଧିମନ୍ତ କରିବାକୁ ନିଜ ବକ୍ତବ୍ୟରେ କହିଥିଲେ ।କବି ଡଃ ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ପ୍ରବୀଣ ଓ ନବୀନ କବି ଓ କବୟିତ୍ରୀମାନେ ନିଜ ନିଜର କବିତାପାଠ କରିଥିଲେ । ସ୍ଥାନୀୟ କର୍ପୋରେଟର ରଞ୍ଜୁଲତା ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସଭାପତି ନଟବର ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରି କ୍ଲବର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଡଃ ନମିତା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।କବି ଅପର୍ଣ୍ଣା ନାୟକଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ କୀର୍ତ୍ତିମୟ ମହାନ୍ତି, ରଞ୍ଜିତା ତ୍ରିପାଠୀ, ମୀନାକ୍ଷୀ ସିଂହ, କଣ୍ଡୁରୀ ଦାସ, ପ୍ରସନ୍ନ ନାୟକ, ପୁଷ୍ପଲତା ମିଶ୍ର, ସୌଦାମିନୀ ସାମନ୍ତରାୟ, ମନୋରମା ମିଶ୍ର, ବାସନ୍ତୀ ତ୍ରିପାଠୀ, ଅନସୂୟା ବାରିକ, ବିନୋଦ ମହାରଣା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।