ଜିଲ୍ଲାସ୍ତରୀୟ ବିଜ୍ଞାନ ଓ ପରିବେଶ ପ୍ରଦର୍ଶନୀ ଉଦ୍‌ଯାପୀତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଦୁଇଦିନ ଧରି ଚାଲିଥିବା ଜିଲାସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନି ଉତ୍ସବରେ ଶେଷଦେବ ମିଶ୍ର, ପ୍ରକଳ୍ପ ପ୍ରଶାସକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଜ୍ଞାନକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆୟୋଜିତ ବିଜ୍ଞାନ ମେଳାରେ ଉପସ୍ଥିତ କୁନିକୁନି ବୈଜ୍ଞାନିକ ମାନଙ୍କୁ ନୂତନ ଜ୍ଞାନ କୌଶଳର ପ୍ରକଳ୍ପ କରି ଗଜପତିକୁ ଅଗ୍ରଣୀଭାବେ ଆଗେଇବା ପାଇଁ ପ୍ରୟାସ ରଖିବା ପାଇଁ ଉତ୍ସହିତ କରିଥିଲେ । ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ସଭାପତିତ୍ୱ କରିଥିବା ବେଳେ ଜିଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅବସର ପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କୋରା ପୂର୍ଣ୍ଣଚନ୍ଦ୍ର ମୁଖ୍ୟ ବକ୍ତା ଭାବେ ଆସନ ଅଳଙ୍କୃତ କରି ଛାତ୍ରଛାତ୍ରୀ ମାନଙ୍କର ଏହିଭଳି ପ୍ରକଳ୍ପ ମାଧ୍ୟମରେ ବୈଜ୍ଞାନିକ ଚିନ୍ତାଧାରାର ପ୍ରକାଶକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମନୋରଞ୍ଜନ ସେଠୀ, ବ୍ରଜକୁମାର ନାୟକ, ବିଶ୍ୱନାଥ ଭୁୟାଁ, ଠାକୁର ପ୍ରସାଦ ସିଂ, କାର୍ଯ୍ୟକାରୀ ସମ୍ପାଦକ ବୃଷକେତୁ ଦାସ, ବିବେକାନନ୍ଦ ଜେନ୍ନା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଜିତେନ୍ଦ୍ରନାଥ ପଟ୍ଟନାୟକ, ରମାକାନ୍ତ ସାହୁ, ଗଣେଶ ସତପଥି ପ୍ରମୁଖ ବିଚାରକ ରୂପେ ଯୋଗଦେଇଥିଲେ । ଏହି ପ୍ରଦର୍ଶନୀରେ ୭୮ ବ୍ଲକ୍‌ରୁ ୪୨ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଛାତ୍ର ଖଗେଶ୍ୱର କାଦମ୍ମାଲା, ଛାତ୍ର ଅମିଲା ମାଝି, ପରିମଳ ସ୍ଥିତ ଆଦର୍ଶ ବିଦ୍ୟାଳୟର ତ୍ରିନାଥ ରଇତ, ମହାରାଜାଙ୍କ ଉଚ୍ଚ ବାଳିକ ବିଦ୍ୟାଳୟର ଜୁଲିସିଂ, ଖରସଣ୍ଡା ସ୍ଥିତ ଆର୍‌.ଏମ୍ ଉଚ୍ଚ ବିଦ୍ୟାଳୟର ହରେଶ କୁମାର ରାଉଳ ଓ ଛେଲାଗଡ ସ୍ଥିତ ସରକାରୀ ଏସ୍‌.ଏସ୍‌.ଡି ଉଚ୍ଚ ବିଦ୍ୟାଳୟର ହରିଶ କୁମାର ପାଇକଙ୍କ ପ୍ରକଳ୍ପ ଆସନ୍ତା ୨୧-୨୩ ଡିସେମ୍ବରରେ ଅନୁଗୁଳ ଜିଲାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ